ଓଡ଼ିଶାଲାଇଭ୍ ବ୍ୟୁରୋ

ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍। ଲୋକଙ୍କ ପାଖରେ ଖୁବଶୀଘ୍ର ପହଞ୍ଚିବ ଏହି ନୋଟ୍।

ବିମୁଦ୍ରାକରଣ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ୧୦୦ ଟଙ୍କାର ନୂଆ ନୋଟ୍ ପ୍ରଚଳନ କରିଛି। ଗତ ବୁଧବାର ଦିନ ଆରବିଆଇ ନିଜ କର୍ମଚାରୀମାନଙ୍କ ମଧ୍ୟରେ ୧୦୦ଟଙ୍କାର ନୂଆ ନୋଟ୍ ବଣ୍ଟନ କରିଥିଲା।  ଗୁରୁବାର ଦିନ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାଗୁଡ଼ିକୁ ଏହି ନୋଟ୍ ପଠାଯାଇଥିଲା।

ଆସନ୍ତା ମଙ୍ଗଳବାରଠାରୁ ସାଧାରଣ ଜନତାଙ୍କ ପାଖରେ ଏହି ନୂଆ ନୋଟ୍ ଉପଲବ୍ଧ ହେବ।

ମହାତ୍ମା ଗାନ୍ଧି ସିରିଜର ଏହି ନୂଆ ୧୦୦ ଟଙ୍କା ନୋଟରେ ଗଭର୍ଣ୍ଣର ଉରଜିତ ପଟେଲଙ୍କର ହସ୍ତାକ୍ଷର ରହିଛି। ତେବେ ହାଲକା ଜାମ୍ମୁ କୋଳି ରଙ୍ଗର ଏହି ନୂଆ ନୋଟରେ ୨୪ରୁ ଅଧିକ ସିକ୍ୟୁରିଟି ଫିଚର୍ ମଧ୍ୟ ରହିଛି।

ବଜାରକୁ ନୂଆ ନୋଟ୍ ଆସିବା ସତ୍ତ୍ବେ ପୁରୁଣା ନୋଟ୍ ଗୁଡ଼ିକ ଚାଲିବ। ବଜାରକୁ ପାଖାପାଖି ୮୦୦ କୋଟିର ନୂଆ ନୋଟ୍ ଆସିଛି। ନୋଟର ପଛ ପାର୍ଶ୍ୱ ୟୁନେସ୍କୋର ବିଶ୍ୱ ସ୍ମାରକୀ ସୂଚୀରେ ସାମିଲ ଗୁଜୁରାଟର ପାଟଣସ୍ଥିତ ରାଣୀଙ୍କର ମହଲର ଫଟୋ ରହିଛି।

୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୧୦୦୦ ଏବଂ ୫୦୦ଟଙ୍କାର ପ୍ରଚଳନ ବନ୍ଦ କରି ଦେଇଥିଲେ। ଏହାପରେ ରିଜର୍ଭ ବ୍ୟାଙ୍କ ୨୦୦୦, ୫୦୦, ୨୦୦, ୫୦ ଏବଂ ୧୦ ଟଙ୍କାର ନୂଆ ନୋଟ୍ ଜାରି କରିଥିଲା।

Comment