ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯିବ।
ବାଜପେୟୀଙ୍କ ସମେତ ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ। ସଂକ୍ଷିପ୍ତ ଆଲୋଚନା ପରେ ଗୃହକାର୍ଯ୍ୟକୁ ବୁଧବାର ସାଢ଼େ ୧୦ଟା ଯାଏଁ ଗୃହ ମୁଲତବୀ ରହିବ।
୫ ତାରିଖରେ ଗୃହରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨,୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ ହେବ। ୬ ତାରିଖରେ ବିଧାନ ପରିଷଦ ଗଠନ ନିମନ୍ତେ ସଂକଳ୍ପ ପ୍ରସ୍ତାବ ଆସିବ।
ଏହି ଅଧିବେଶନରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା, ପେନସନ୍ ସଂଶୋଧନ ବିଲ୍-୨୦୧୮, ଓଡ଼ିଶା ମନ୍ତ୍ରୀଙ୍କ ଦରମା, ଭତ୍ତା, ପେନସନ୍ (ଦ୍ୱିତୀୟ ସଂଶୋଧନ) ବିଲ୍-୨୦୧୮, ଗାନ୍ଧି ଇଞ୍ଜିନିୟରିଂ କଲେଜ ଓ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ-୨୦୧୮, ଓଡ଼ିଶା ସମବାୟ ସୋସାଇଟି (ସଂଶୋଧନ) ବିଲ୍-୨୦୧୮ ବିଲ୍ ଆସିବ।


















