ଓଡ଼ିଶାଲାଇଭ୍ ବ୍ୟୁରୋ

ଘିକୁଆଁରୀ ଆମର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ହେଲେ ଏହାର ରସ ଆମର ଅନେକ ରୋଗକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ।

  • ହଳଦୀଗୁଣ୍ଡରେ ଘିକୁଆଁରୀ ରସକୁ ମିଶାଇ ଖାଇଲେ ଝାଡ଼ା ପରିଷ୍କାର ହୋଇଥାଏ।
  • ମୁଣ୍ଡବ୍ୟଥା ବା ମୁଣ୍ଡ ବୁଲେଇ ହେଉଥିଲେ ଘିକୁଆଁରୀ ରସକୁ ମୁଣ୍ଡରେ ଘଷିଲେ ଏଥିରୁ ଉପଶମ ମିଳେ।
  • ପୋଡ଼ାଜଳା କିମ୍ବା କଟି ଯାଇଥିବା ସ୍ଥାନରେ ଘିକୁଆଁରୀକୁ ଘଷିଲେ ଯନ୍ତ୍ରଣାରୁ ଉପଶମ ମିଳିବା ସହ କ୍ଷତ ଦାଗ ମଧ୍ୟ ଲିଭିଯାଏ।
  • ଘିକୁଆଁରୀ ରସକୁ ପ୍ରତିଦିନ ମୁହଁରେ ମସାଜ୍‌ କଲେ ରକ୍ତ ସଞ୍ଚାଳନ ସଠିକ୍‌ ଭାବରେ ହୋଇଥାଏ।
  • ଏହି ରସରେ ଅଳ୍ପ ସୈନ୍ଧବ ଲୁଣ ମିଶାଇ କ୍ଷତ ସ୍ଥାନରେ ୨/୩ଥର ଲଗାଇଲେ କୀଟ ଦଂଶନ ବିଷ କଟିଯାଏ ଏବଂ ଜଳାପୋଡ଼ା ମଧ୍ୟ କମିଯାଏ।
  • ପିଲାମାନଙ୍କର କୃମି ଝାଡ଼ା ହେଉଥିଲେ, ଏହି ରସ ସହ ମିଶ୍ରିକୁ ମିଶାଇ ଖାଇବାକୁ ଦେଲେ କୃମି କମିଯାଏ। ଏହାଛଡ଼ା କୃମି ଝାଡ଼ା ଆକାରରେ ବାହାରି ଯାଏ।
  • ଘିକୁଆଁରୀ ରସରେ ହଳଦୀକୁ ବାଟି ଦେହରେ ଲଗାଇଲେ ଚର୍ମରୋଗ ଦୂର ହୋଇଥାଏ।

Comment