ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ମିଷ୍ଟର ଫରଫେକସନିଷ୍ଟ୍ ଆମିର ଖାନ ବେଶ୍ କେତୋଟି ଫିଲ୍ମକୁ ହାତଛଡ଼ା କରିଥିଲେ, ଯାହା ପରେ ସୁପରହିଟ୍ବି ହୋଇଥିଲା ଆସନ୍ତୁ ସେଥିମଧ୍ୟରୁ କେତେକ ସିନେମା ସମ୍ପର୍କରେ ଜାଣିବା

ଆମିରଙ୍କ ସ୍ଥାନରେ ସଞ୍ଜୟ

ସଲମାନ୍‌ ଖାନ୍ ଓ ଅମୀର୍‌ ଖାନଙ୍କୁ ଏକାଠି ପରଦାରେ ଆଣିବା ପାଇଁ ନିର୍ଦ୍ଦେଶକ ଲରେନ୍ସ ଡିସୁଜା ଚାହୁଁଥିଲେ। ସେ ଏହି ଦୁଇଜଣ ଟପ୍‌ ହିରୋଙ୍କୁ ନେଇ ତାଙ୍କର ବ୍ଲକବଷ୍ଟର ସିନେମା ‘ସାଜନ’ ନିର୍ମାଣ କରିବାର ଇଚ୍ଛା ରଖିଥିଲେ। ସଲମାନ୍ ରାଜି ହୋଇଥିଲେ।

ତା’ପରେ ନିର୍ଦ୍ଦେଶକ ଲରେନ୍ସ ଆମିରଙ୍କ ପାଖକୁ ‘ସାଜନ’ର ଅଫର୍ ନେଇଗଲେ। ସେ କାହାଣୀ ଶୁଣିବା ପରେ ରାଜି ହୋ‍ଇନଥିଲେ। ଆମିର ନିଜ ଭୂମିକାକୁ ନେଇ ସନ୍ତୁଷ୍ଟ ହୋଇନଥିଲେ। ତା’ପରେ ସେହି ଭୂମିକା ପାଇଁ ସଞ୍ଜୟ ଦତ୍ତଙ୍କୁ ଅଫର୍ ଦିଆଗଲା ଓ ସେ ତତକ୍ଷଣାତ୍‌ ରାଜି ହୋଇଗଲେ। ପରେ ‘ସାଜନ’ ସିନେମା ସୁପରହିଟ୍‍ ହୋ‍ଇଥିଲା।

ହମ୍ ଆପ୍କେ ହେ କୌନ୍ଛାଡ଼ିଥିଲେ ଆମିର

ଏକ ଅଲ୍‌ଟାଇମ୍‌ ବ୍ଲକବଷ୍ଟର ସିନେମା ହେଲା ‘ହମ୍ ଆପ୍‌କେ ହେ କୌନ୍‌’। ଏହି ଫିଲ୍ମର ନିର୍ମାତା ଥିଲେ ରାଜଶ୍ରୀ ପ୍ରଡକ୍ସନ୍ସ ଓ ନିର୍ଦ୍ଦେଶକ ଥିଲେ ସୁରଜ ବଡଜାତ୍ୟା।

ସୁରଜ ଏହି ସିନେମାରେ ଆମିର ଖାନ୍‌ ଓ ମାଧୁରୀ ଦୀକ୍ଷିତଙ୍କୁ କାଷ୍ଟ୍ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଆମିରଙ୍କୁ ଅଫର୍ ମଧ୍ୟ ଦେଇଥିଲେ। ହେଲେ ଆମିରଙ୍କୁ ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ଆସି ନଥିଲା। ସେ ଅନୁଭବ କଲେ ଯେ ଏହି ସିନେମାରେ ନାୟିକାଙ୍କ ଭୂମିକାର ଗୁରୁତ୍ୱ ବେଶ୍‌ ଅଧିକ। ଏଣୁ ଆମିର ସୁରଜ ବଡଜାତ୍ୟାଙ୍କୁ ନିରାଶ କରିଥିଲେ। ତା’ପରେ ସୁରଜ ସଲମାନଙ୍କୁ ନେଇ ‘ହମ୍ ଆପ୍‌କେ ହେ କୌନ୍’ ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ ଓ ଏହି ସିନେମା ସୁପରହିଟ୍‍ ହୋ‍ଇଥିଲା।

ଓମ୍କାରାର ଲଙ୍ଗଡା ତ୍ୟାଗୀ ବନିନଥିଲେ ଆମିର

୨୦୦୬ର ଏକ ସୁପରହିଟ୍‌ ଫିଲ୍ମ ଥିଲା ‘ଓମ୍‌କାରା’। ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ ବିଶାଳ ଭରଦ୍ୱାଜ୍‌। ଏହାର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ସେକ୍ସପିଅରଙ୍କ ‘ଓଥେଲୋ’ ଉପରେ ଆଧାରିତ ଥିଲା।

‘ଓମ୍‌କାରା’ ଯେଉଁ ଅଭିନେତାଙ୍କୁ ନୂଆ ଜୀବନ ଦେଇଥିଲା, ସେ ହେଲେ ସୖଫ୍ ଅଲ୍ଲୀ ଖାନ୍। ସେ ଏଥିରେ ‘ଲଙ୍ଗଡା ତ୍ୟାଗୀ’ ଭୂମିକା ନିଭାଇ ଚର୍ଚ୍ଚାକୁ ଆସିଥିଲେ। ଖାଲି ସେତିକି ନୁହେଁ, ସେ ଏହି ସିନେମାରେ ପ୍ରଭାବଶାଳୀ ଅଭିନୟ କରି ସୈଫ୍ ଫିଲ୍ମ ଫେଆର୍ ଆୱାର୍ଡ ମଧ୍ୟ ପାଇଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ‘ଓମ୍‌କାରା’ର ଲଙ୍ଗଡା ତ୍ୟାଗୀ ଭୂମିକାରେ ଅଭିନୟ କରିବା ପରେ ସୈଫ୍ ନିଜର ଲଭରବୟ ଇମେଜରୁ ମିକୁଳିଥିଲେ।

ଆମିର ଖାନ୍ ‘ଓମ୍‌କାରା’ରେ ଥିବା ଲଙ୍ଗ୍ଡା ତ୍ୟାଗୀ ଭୂମିକାରେ ଅଭିନୟ କରିବାକୁ ନିଜ ଆଡ଼ୁ ବିଶାଲଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସ୍କ୍ରିପ୍ଟିଂ ସମୟରେ ଆମିର ଓ ବିଶାଲଙ୍କ ଭିତରେ ମତଭେଦ ହେଲା। ଆମିର ଚାହୁଁଥିଲେ ଲଙ୍ଗଡା ତ୍ୟାଗୀ ଚରିତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉ, କିନ୍ତୁ ବିଶାଲ ଚାହୁଁଥିଲେ ଏହି ଚଳଚ୍ଚିତ୍ରରେ ଥିବା ତିନିଟିଯାକ ମୁଖ୍ୟ ଚରିତ୍ରକୁ ସମାନ ଗୁରୁତ୍ୱ ଦିଆଯାଉ।

ଏହାପରେ ଆମିର ଓ ବିଶାଲଙ୍କ ଭିତରେ କଥାବାର୍ତ୍ତା ବି ବନ୍ଦ ହୋଇଗଲା। ସ୍କ୍ରିପ୍ଟ ପ୍ରସ୍ତୁତି ପରେ ବିଶାଲ ଭରଦ୍ୱାଜ୍‌ ଏଥିରେ ଆମିରଙ୍କୁ ନ ନେବା ଲାଗି ନିଷ୍ପତ୍ତି ନେଇଥିଲେ। ସେ ସୈଫଙ୍କୁ ଲଙ୍ଗଡା ତ୍ୟାଗୀ ଭୂମିକା ଲାଗି ଅଫର୍ ଦେଲେ ଓ ଆମିର ଆଉଟ୍ ହୋ‍ଇ ସୈଫ୍ ଏଣ୍ଟ୍ରି ନେଇଥିଲେ ‘ଓମ୍‌କାରା’ରେ। ଏହି ସିନେମା ସୁପରହିଟ୍‍ ମଧ୍ୟ ହୋ‍ଇଥିଲା।

Comment