ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର: ଗଞ୍ଜାମ ଥାନା ଅନ୍ତର୍ଗତ ଗୋଖରକୁଦା ନିକଟରେ ଡଙ୍ଗାବୁଡ଼ି ୭ ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ସାନନୋଳିଆ ନୂଆଗାଁର ୭ ଜଣ ମତ୍ସ୍ୟଜୀବୀ ଆଜି ସକାଳେ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଏକ ଡଙ୍ଗାରେ ଯାଇଥିଲେ। ପ୍ରାୟ ୨୦୦ ମିଟର ଅତିକ୍ରମ ପରେ ଏକ ବଡ଼ ଜୁଆର ଆସି ଡଙ୍ଗାକୁ ଧକ୍କା ଦେବାପରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
୫ ଜଣ ମତ୍ସ୍ୟଜୀବୀ ପହଁରି ପହଁରି ଗୋଖରକୁଦା ଗ୍ରାମ ନିକଟରେ ପହଞ୍ଚିଥିଲେ। ଅନ୍ୟ ୨ ଜଣଙ୍କୁ ଆଉ ଏକ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରiଯାଇଥିଲା। ସମସ୍ତ ମତ୍ସ୍ୟଜୀବୀଙ୍କୁ ଗଞ୍ଜାମ ପ୍ରାଥମକି ସ୍ୱାସ୍ଥ୍ୟକନ୍ଦ୍ରେରେ ଭର୍ତ୍ତି କରାଯାଇଥିଲା। ତେବେ ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର ପ୍ରକାଶ କରିଛନ୍ତି। ଆହତମାନେ ହେଲେ ଡି ସୋମେୟା, ଡି ସନ୍ୟାସୀ, ଡି ଆଲେୟା, ଡି ସିମାଦ୍ରୀ, ଏ ଏରେୟା, ଡି ମକୁଡ଼ୁ ଓ ଏମ ନାରାୟଣ।