ଓଡ଼ିଶାଲାଇଭ୍ ବ୍ୟୁରୋ

  • ଘଟଣାଟି ଘଟିଛି ତେଲେଙ୍ଗାନାର କୋଣ୍ଡାଗାଟୁରେ
  • ମୋଟ୍ ୬ ଶିଶୁଙ୍କ ସମେତ ୧୬ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ
  • ୨୦ରୁ ଅଧିକ ଆହତ
  • ଜାରି ରହିଛି ଉଦ୍ଧାର କାର୍ଯ୍ୟ

ତେଲେଙ୍ଗାନାର କୋଣ୍ଡାଗାଟୁରେ ଘଟିଛି ମର୍ମନ୍ତୁଦ ବସ୍ ଦୁର୍ଘଟଣା। ତେଲେଙ୍ଗାନାର ଜାଗତିଆଲ ଅଞ୍ଚଳରେ ଏକ ସରକାରୀ ବସ୍ ଘାଟି ତଳକୁ ଖସି ପଡ଼ିବାରୁ ମୋଟ୍ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଦିନ ପ୍ରାୟ ୧୧.୪୫ରୁ ୧୨ଟା ମଧ୍ୟର ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ଏହାଛଡ଼ା ଏହି  ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜାରି ରଖିଛନ୍ତି।

ରାଜ୍ୟ ପରିବହନ ବିଭାଗର ଏହି ବସ୍‌ଟି କୋଣ୍ଡାଗାଟୁରୁ ଜଗତିଆ ଆସୁଥିବା ବେଳେ ସାନିଭରାପେଟ୍‌ ଗାଁ ନିକଟରେ ଘାଟି ତଳକୁ ଖସି ପଡ଼ିଥିଲା। ଏଥିରେ ମୋଟ୍ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

ଏହାଛଡ଼ା ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ସହାୟତା ରୂପେ ଦେବେ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

Comment