ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ତୋଟାପଡ଼ା ପଞ୍ଚାୟତର ଅସନଖାଲି ଗ୍ରାମର ଦୁଖୁ ହେମ୍ରମଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର।

ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଥିଲା। ରାସଗୋବିନ୍ଦପୁର ବ୍ଲକ ତୋଟାପଡ଼ା ପଞ୍ଚାୟତର ଅସନଖାଲି ଗ୍ରାମରେ ଦୁଖୁ ହେମ୍ରମଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଛି।

ଏହି ଅଗ୍ନିକାଣ୍ଡରେ ଜଣେ ବୃଦ୍ଧାଙ୍କ ସମେତ ୩ଜଣ ଗୁରୁତର ଅଛନ୍ତି। ରାତି ପ୍ରାୟ ୧୧ଟା ପରେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ଅ।ସିଥିଲା। ସେତେବେଳେ ହଠାତ୍ ଦୁଖୁଙ୍କ ଗୋଟିଏ କୋଠରୀ ଉପରେ ପଡିଥିଲା ବଜ୍ରପାତ।

ସେହି ଘରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ଗ୍ୟାସ ଟାଙ୍କି ରହିଥିଲା। ଅ।ଉ ସେହି କୋଠରୀରେ ଶୋଇଥିଲେ ଦୁଖୁ ହେମ୍ରମର ୬୦ବର୍ଷ ବୟସ୍କ ବୃଦ୍ଧା ମା’ ଏବଂ ତାଙ୍କର ୧୦ ବର୍ଷର ପୁଅ ହପନା ଓ ଝିଆରୀ ପୁପ୍ପଲତା।

ଏହି ଦୁର୍ଘଟଣା ପରେ ନାତି ନାତୁଣୀକୁ ଉଦ୍ଧାର କରିବାକୁ ଯାଇ ନିଜେ ଜେଜେ ମା’ ମଧ୍ୟ ଗୁରୁତର ଭାବେ ଅ।ହତ ହୋଇଥିଲେ। ଖବର ପାଇ ରାସଗୋବିନ୍ଦପୁର ଦମକଳ ବାହିନୀର କର୍ମଚାରୀମାନେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ ଅ।ହତମାନଙ୍କୁ।

ଏହାପରେ ଅ।ହତମାନଙ୍କୁ ନିକଟସ୍ଥ ବାଲେଶ୍ଵର ଜିଲ୍ଲାର ବସ୍ତା ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସାପାଇଁ ପଠାଯାଇଥିଲା। ହେଲେ ଦୁଖୁ ହେମ୍ରମଙ୍କ ମା’ଙ୍କ ଦେହରେ ବହୁ ପରିମାଣରେ ପୋଡ଼ି ଯାଇଥିବାରୁ ସେ ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଏହି ଅଗ୍ନିକାଣ୍ଡରେ ତାଙ୍କ ଘରଟି ସଂପୂର୍ଣ ପୋଡିଯାଇଛି। ଏବେ ଏହି ଘଟଣାର ତଦନ୍ତ ରାସଗୋବିନ୍ଦପୁର ପୋଲିସ କରୁଛି।

Comment