ଓଡ଼ିଶାଲାଇଭ୍ ବ୍ୟୁରୋ

କେଶର ସୌନ୍ଦର୍ଯ୍ୟକୁ ଯଦି ବଢ଼େଇବାକୁ ଚାହୁଁଛନ୍ତି, ତେବେ ଏହି ଉପାୟକୁ ଆପଣାନ୍ତୁ।

  • ଯଦି ଆପଣଙ୍କ କେଶମୂଳ ଶୁଷ୍କ, ତେବେ ଆପଣ ସବୁଦିନ ସାମ୍ପୁ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ କେଶମୂଳ ଅଧିକ ଶୁଷ୍କ ହୋଇଯିବ, ଯଦ୍ଦ୍ୱାରା ଆପଣ ରୂପି ସମସ୍ୟା ମଧ୍ୟ ଭୋଗି ପାରନ୍ତି।
  • କେଶମୂଳ ଶୁଷ୍କ ହୋଇଥିଲେ ସପ୍ତାହରେ ୨ରୁ ୩ ଥର କେଶ ସଫା କରନ୍ତୁ।
  • ଯଦି ଆପଣଙ୍କ କେଶମୂଳ ତେଲିଆ କିମ୍ବା ଆପେ ଆପେ ତେଲିଆ ହୋଇଯାଉଛି, ତେବେ ଆପଣ ସପ୍ତାହରେ ୪ଥର ସାମ୍ପୁ କରନ୍ତୁ।
  • ସାମ୍ପୁ କରିବା ସମୟରେ ମୁଣ୍ଡକୁ ହାଲ୍‌କା ଭାବରେ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ ଓ କେଶକୁ ସୁନ୍ଦର କରିଥାଏ।
  • ଗରମ ପାଣିରେ କେବେ ବି ଆପଣ କେଶ ସଫା କରନ୍ତୁ ନାହିଁ। ଏପରି କଲେ କେଶ ରୁକ୍ଷ ହେବା ସହ ଅସୁନ୍ଦର ଦେଖାଯାଏ।
  • ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି କମିବା ସହ ଚୁଟି ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ।
  • କେଶକୁ ବିଅର୍‌ରେ ଧୋଇବା ଦ୍ୱାରା କେଶର ଚମକ ବୃଦ୍ଧି ପାଇଥାଏ। ନହେଲେ ଆପଣ ବିଅର୍‌ ସାମ୍ପୁରେ ମଧ୍ୟ କେଶକୁ ସଫା କରିପାରିବେ।
  • ଝାଳ ଯୋଗୁଁ ମୁଣ୍ଡରେ ହେଉଥିବା ସମସ୍ୟାର ସମାଧାନ ପାଇଁ ପ୍ରଥମେ ମୁଣ୍ଡକୁ ଭଲ ଭାବରେ ଧୋଇ ଶୁଖିବାକୁ ଦିଅନ୍ତୁ। ଏହାପରେ ୫ ମିଲିଲିଟର ଭିନେଗାର ଏବଂ ପାଣିକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଦିଅନ୍ତୁ। ଏହାକୁ ମୁଣ୍ଡରେ ସ୍ପ୍ରେ କରନ୍ତୁ ଏବଂ ୧୫ ମିନିଟ୍‌ ଯାଏଁ ଏମିତି ଛାଡ଼ି ଦିଅନ୍ତୁ। ଏହାପରେ କେଶକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଏପରି ପ୍ରତି ଦୁଇଦିନରେ ଥରେ କରନ୍ତୁ, ଦେଖିବେ ସୁଫଳ ମିଳିବ।

Comment