ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ନ୍ୟାସନାଲ୍ ମୋଟର ରେସିଂ ଚାମ୍ପିଆନ୍‌ସିପ୍‌ରେ ବିଜେତା ହାସଲ କରିଛନ୍ତି ହୋଣ୍ଡାର ସେନ୍ଥିଲ କୁମାର ଓ ମନ୍ଥନ। ତାଙ୍କୁ ମିଳିଛି ଡବଲ୍ ବିଜୟ।

ଚେନ୍ନାଇର ମାଡ୍ରାସ ମୋଟର ରେସ୍ ଟ୍ରାକ୍‌ରେ ଚାଲିଥିବା ଇଣ୍ଡିଆନ୍ ନ୍ୟାସନାଲ୍ ମୋଟର ରେସିଂ ଚାମ୍ପିଆନ୍‌ସିପ୍ ରେସ୍ ୧ର ରାଉଣ୍ଡ୍ ୪ରେ ହୋଣ୍ଡାର ଚାଳକମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।

ହୋଣ୍ଡା ଟିମ୍‌ର ସେନ୍ଥିଲ କୁମାର ଓ ମନ୍ଥନଙ୍କୁ ମିଳିଛି ଡବଲ୍ ବିଜୟ। ସୁପର ସ୍ପୋର୍ଟ ୧୬୫ ସିସି ବର୍ଗରେ ମନ୍ଥନ କୁମାର ତୃତୀୟ ପୋଡିୟମ୍ ଫିନିସ୍ କରିଛି। ଏଥିସହ ତ୍ରିଚିର ଏହି ଚାଳକ ଚାରି ପୋଡିୟମ୍ ହାସଲ କରିବା ସହିତ ଏହି ସିଜିନ୍‌ରେ ଗୋଟିଏ ବିଜୟ ହାସଲ କରିଛନ୍ତି।

ସରଥ କୁମାର ଓ ରାଜୀବ ସେଥୁ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଶରଥ ଚତୁର୍ଥ ସ୍ଥାନରେ ରେସ୍ ଫିନିସ୍ କରିଥିବା ବେଳେ ରାଜୀବ ପଞ୍ଚମ ସ୍ଥାନ ଦଖଲ କରିଛନ୍ତି।

ପ୍ରୋ ଷ୍ଟକ୍ ୧୬୫ ସିସି ବର୍ଗରେ ଆଇଡେମିସୁ ହୋଣ୍ଡା ଟେନ୍୧୦ ରେସିଂ ଟିମ୍‌ର ସେନ୍ଥିଲ କୁମାର ରେସ୍‌ରେ  ବିଜୟ ହାସଲ କରିଛନ୍ତି। ଏବେ ସୁଦ୍ଧା ଏହି ବିଜୟ ସହିତ ତାଙ୍କର ଚାରିଟି ପୋଡିୟମ୍ ଫିନିସ୍ ଓ ଗୋଟିଏ ବିଜୟ ହାସଲ ହୋଇଛି। ଏହାଛଡ଼ା ଚାଳକ ଅନିଲ୍ ସେଟ୍ଟି ଓ ମିଥୁନ୍ କୁମାର ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।

ହୋଣ୍ଡା ଚାଳକଙ୍କ ପ୍ରଦର୍ଶନ ସମ୍ପର୍କରେ ପ୍ରଭୁ ନାଗରାଜ କହିଛନ୍ତି, “ଗତକାଲି କ୍ୱାଲିଫାୟିଂ ପୋଲ ପୋଜିସନ୍ ହାସଲ କରିବା ପରେ ରାଉଣ୍ଡ୍ ୪ରେ ହୋଣ୍ଡା ଚାଳକମାନେ ଭଲ ଆରମ୍ଭ କରିଥିଲେ। ସୋମବାର ସେନ୍ଥିଲ କୁମାର ଓ ମନ୍ଥନ କୁମାର ଉଭୟ ପ୍ରୋ ଷ୍ଟକ୍ ଓ ସୁପର ସ୍ପୋର୍ଟ ବର୍ଗରେ ପ୍ରଥମ ଓ ତୃତୀୟ ପୋଡିୟମ୍ ଫିନିସ୍ ହାସଲ କରିଛନ୍ତି। ଏହାଛଡ଼ା ପ୍ରୋ ଷ୍ଟକ୍ ବର୍ଗରେ ହୋଣ୍ଡା ଆଗୁଆ ରହିଥିବା ବେଳେ ସୁପରସ୍ପୋର୍ଟ୧୬୫ ସିସି ବର୍ଗରେ ଏହା ପୋଡିୟମ୍ ବିଜୟୀ ହୋଇଛି। ଆମର ବିଶ୍ୱାସ ରହିଛି, ମଙ୍ଗଳବାର ଆମର ଚାଳକମାନେ ଭଲ ପ୍ରଦର୍ଶନ କରିବେ।’’

Comment