ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଜି ରାତି ୧୨ଟାରୁ ଏହା ଲାଗୁ ହେବ।

ଆସୁଛି ପାର୍ବଣର ଋତୁ। ଏହି ସିଜିନରେ ଲୋକେ ଘରୋଇ ଉପକରଣ କିଣିଥାନ୍ତି। କିନ୍ତୁ କେନ୍ଦ୍ର ସରକାର ପର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଆମ ଆଦମୀଙ୍କୁ ବଡ଼ ଝଟକା ଦେଇଛନ୍ତି। ୧୯ଟି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରି ସାଧାରଣ ଲୋକଙ୍କ ମୁଣ୍ଡରେ ଆଉ ଏକ ମହଙ୍ଗା ବୋଝ ଲଦି ଦେଇଛନ୍ତି।

କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ୨.୫ରୁ ୧୦ ପ୍ରତିଶତ ଯାଏଁ କଷ୍ଟମ ଡ୍ୟୁଟି ବୃଦ୍ଧି କରିଛନ୍ତି। ଆଜି ରାତି ୧୨ଟାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ।

କେନ୍ଦ୍ର ସରକାର ୱାସିଂ ମେସିନ, ଫ୍ରିଜ, ଏସି, ରାଡିଆଲ କାର୍ ଟାୟାର୍ସ, ପ୍ଲାଷ୍ଟିକ ସାମଗ୍ରୀ, ସୁଟ୍‌କେଶ ଆଦିର ସୀମା ଶୁଳ୍କ ବୃଦ୍ଧି କରିଛନ୍ତି। ଏହାସହ ସୁନା ଅଳଙ୍କାର ଉପରେ ବି ସୀମା ଶୁଳ୍କ କଷିଛନ୍ତି ସରକାର।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାରା ଦେଶରେ ଅସନ୍ତୋଷ ବଢ଼ିଛି। ଏପରିସ୍ଥଳେ କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍କ ବଢ଼ାଇ ଲୋକଙ୍କ ମୁଣ୍ଡରେ ଆହୁରି ବୋଝ ଲଦି ଦେଇଛନ୍ତି।

Comment