ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପ୍ରକଳ୍ପ ପ୍ରଶାସକ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହେରଫେର ଅଭିଯୋଗ ଆଣି କଂଗ୍ରେସ ଆଇଟିଡିଏ ଅଫିସ ଘେରିଥିଲା। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରକଳ୍ପ ପ୍ରଶାସକ ଅଣାକାର ଠାକୁରଙ୍କୁ ଜିଲ୍ଲା କଂଗ୍ରେସ ଦାବିପତ୍ର ପ୍ରଦାନ କରିଥିଲା।
ଏହି ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ସଭାପତି ଅଖିଳ ଭତ୍ରା, ଧରମ ସିଂ, ସତ୍ୟନାରାୟଣ ତ୍ରିପାଠୀ, ପି ନ।ଗରତ୍ନମ୍ମା, ଇମ୍ରାନ ଖାନ, ନଗର ସଭାପତି ଲାଲୁ ତ୍ରିପାଠୀ, ଗଣେଶ୍ୱର ତ୍ରିପାଠୀ, ବିରାଜ ପଟ୍ଟନାୟକ, ଅବଦୁଲ ଫିରୋଜ, ମିନତୀ ତ୍ରିପାଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।


















