ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦଶହରାରେ ରାଜ୍ୟ ସରକାର ୨ପ୍ରତିଶତ ବଢ଼ାଇଲେ ମହଙ୍ଗା ଭତ୍ତା।

ରାଜ୍ୟ ସରକାର ସୋମବାର ସରକାରୀ କର୍ମଚାରୀମାନଙ୍କ ପାଇଁ ଦଶହରା ଭେଟି ଘୋଷଣା କରିଛନ୍ତି। ସୋମବାର ରାଜ୍ୟ ସରକାର, ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବୃଦ୍ଧି କରିଛନ୍ତି।

ତେବେ ପୂର୍ବରୁ ଏହି ଭତ୍ତା ୭ ପ୍ରତିଶତ ଥିଲା। ହେଲେ ବର୍ତ୍ତମାନ ଏହା ବର୍ଦ୍ଧିତ ହୋଇ ୯ ପ୍ରତିଶତରେ ପହଁଞ୍ଚିଛି। ଏହି ବର୍ଦ୍ଧିତ ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ପେନ୍‌ସନ୍ ଭୋଗୀମାନେ ମଧ୍ୟ ଏହି ଭତ୍ତାର ଲାଭ ଉଠାଇ ପାରିବେ। ଏହାଛଡ଼ା ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ବି ଏହାର ଉପକୃତ ହେବେ।

Comment