ଓଡ଼ିଶାଲାଇଭ୍ ବ୍ୟୁରୋ

ହରିଆଣାର ହିସାର କୋର୍ଟ ଶୁଣାଇଲେ ରାୟ। ବାବା ରାମପାଲଙ୍କୁ ଆଜୀବନ କାରାଦଣ୍ଡ।

ବିବାଦୀୟ ଧର୍ମଗୁରୁ ବାବା ରାମପାଲଙ୍କ ବିରୋଧରେ ଆସିଥିବା ହତ୍ୟା ମାମଲାର ଶୁଣାଣି କରିଛନ୍ତି ହରିଆଣାର ହିସାର କୋର୍ଟ। ୪ଜଣ ମହିଳାଙ୍କୁ ହତ୍ୟା ଓ ଜଣେ ନାବାଳକଙ୍କୁ ବନ୍ଦୀ କରି ହତ୍ୟା କରିବା ମାମଲାରେ କୋର୍ଟ ରାମପାଲଙ୍କୁ ଆଜୀବନ କାରାବାସ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।

ହରିଆଣାର ସତଲୋକ ଆଶ୍ରମର ପ୍ରତିଷ୍ଠାତା ବାବା ରାମପାଲଙ୍କ ଉପରେ ହତ୍ୟା, ଅନୈତିକ କାର୍ଯ୍ୟକାଳାପ ଭଳି ସମୁଦାୟ ୧୫ଟି ଅଭିଯୋଗ ରହିଥିଲା। ୧୪ ନଭେମ୍ବର ୨୦୧୪ରେ ହରିଆଣା ହାଇକୋର୍ଟ ରାମପାଲଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟରେ ହାଜର ହୋଇନଥିଲେ ରାମପାଲ। କୋର୍ଟର ନିର୍ଦ୍ଦେଶାନୁସାରେ ଆଶ୍ରମରୁ ରାମପାଲଙ୍କୁ ବାହାର କରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଥିଲା।

ପୋଲିସ ରାମପାଲଙ୍କୁ ଆଶ୍ରମରୁ ବାହାରକୁ ଆଣିବା ସମୟରେ ଅନୁଗାମୀମାନେ ଏହାକୁ ବିରୋଧ କରିଥିଲେ। ପ୍ରାୟ ୧୦ଦିନ ଧରି ଚାଲିଥିବା ଏହି ହିଂସାରେ ପାଖାପାଖି ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ଜଣେ ଶିଶୁ ବି ସାମିଲ ଥିଲେ ।

ହିଂସା ପରେ ପୋଲିସ ରାମପାଲଙ୍କୁ ଗିରଫ କରି ହିସାର ଜେଲରେ ରଖିଥିଲା। ଗତ ୧୧ ତାରିଖ ଦିନ ହିସାର ଜେଲରେ ଥିବା ରାମପାଲ ଓ ତାଙ୍କ ୨୬ ଜଣ ଅନୁଗାମୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

Comment