ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବରଙ୍କ ବିରୋଧରେ ପୁଣି ଯୌନ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆଣିଲେ ଆଉ ଜଣେ ମହିଳା ସାମ୍ବାଦିକ।

କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବରଙ୍କ ପିଛା ଛାଡ଼ୁନି ‘ମି ଠୁ’ ବିବାଦ। ପୂର୍ବରୁ ଆକବରଙ୍କ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆସିଥିବା ବେଳେ ଆଜି ଆଉ ଜଣେ ମହିଳା ସାମ୍ବାଦିକ କେନ୍ଦ୍ରମନ୍ତ୍ରୀଙ୍କୁ ବିବାଦକୁ ଟାଣିଛନ୍ତି।

ମହିଳା ସାମ୍ବାଦିକ ତୁସିତା ପଟେଲ ଏମ୍‌ ଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଆଉ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଏହି କେନ୍ଦ୍ରମନ୍ତ୍ରୀ।

ତୁସିତା ପଟେଲ ଅଭିଯୋଗ କରିଛନ୍ତି, “୧୫ ବର୍ଷ ଧରି ଏମ୍‌ ଜେ ଆକବର ଏସିଆନ ଏଜ୍‌ର ସମ୍ପାଦକ ଥିଲେ। ସେ ତାଙ୍କ ସହଯୋଗୀ ଭାବେ କାମ କରୁଥିଲେ। ଏହି ସମୟରେ ଆକବର ମତେ ଦୁଇଥର ଜବରଦସ୍ତି କିସ୍ କରିଥିଲେ।”

ତୁସିତା ଆହୁରି କହିଛନ୍ତି ଯେ ଆକବର ବାରମ୍ବାର ହୋଟେଲକୁ ଡାକୁଥିଲେ। ମନା କରିବା ସତ୍ତ୍ୱେ ସେ ପିଛା ଛାଡ଼ୁ ନଥିଲେ।

“ଥରେ ମୁଁ ହୋଟେଲକୁ ଗଲା ବେଳକୁ ଆକବର ଅସଂଜତ ଅବସ୍ଥାରେ ଥିଲେ। ଖୋଲା ଦେହରେ କେବଳ ଅଣ୍ଡର ୱେର ପିନ୍ଧି ଛିଡ଼ା ହୋଇଥିଲେ। ଏହା ଦେଖି ମୁଁ ଅସହଜ ମନେ କରିଥିଲି ଏବଂ ଭୟଭୀତ ହୋଇ ଯାଇଥିଲି”, କହିଛନ୍ତି ତୁସିତା।

ତୁସିତାଙ୍କ ପୂର୍ବରୁ ୧୪ ଜଣ ମହିଳା ସାମ୍ବାଦିକ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ନିକଟରେ ପ୍ରିୟା ରମାଣି ମଧ୍ୟ ଏହି ‘ମି ଠୁ’ ଅଭିଯାନ ମାଧ୍ୟମରେ ଆକବରଙ୍କ ପୋଲ୍ ଖୋଲିଥିଲେ। ଆକବର ପ୍ରିୟାଙ୍କ ବିରୋଧରେ କୋର୍ଟରେ ଫୌଜଦାରୀ ମାନହାନି ମକଦ୍ଦମା କରିଛନ୍ତି।

Comment