ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବୁଧବାର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପିହୁ’ର ଟ୍ରେଲର ରିଲିଜ୍‌ ହୋଇଛି।

ନିର୍ଦ୍ଦେଶକ ବିନୋଦ କାପଡିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପିହୁ’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଏକ ଶିଶୁକନ୍ୟାର କାହାଣୀ ଦେଖିବାକୁ ମିଳିବ।

ଏହାଛଡ଼ା ଟ୍ରେଲରରେ ଶିଶୁ କନ୍ୟାଟି ଖୁବ୍‌ ସୁନ୍ଦର ଅଭିନୟ କରିଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ୨ ବର୍ଷୀୟ ଶିଶୁ ‘ପିହୁ’ ଦିନେ କାହାକୁ ନ ଜଣାଇ ଫ୍ରିଜ ଭିତରେ ଲୁଚି ଥିଲା। କିଛି ସମୟ ଫ୍ରିଜ୍‌ ଭିତରେ ରହିବା ପରେ ସେ ତା’ ମାଆକୁ ଡାକି ଥିଲା।

ହେଲେ କେହି ତା’ ଡାକକୁ ନ ଶୁଣିବାରୁ ସେ ନିଜେ ଫ୍ରିଜ୍‌ରୁ ବାହାରି ତା’ ମାଆ ପାଖରେ ପହଞ୍ଚିଛି। କିନ୍ତୁ ତା’ ମା’କୁ କେହି ଜଣେ ଆସି ହତ୍ୟା କରି ଦେଇଛି। ମା’ର ହତ୍ୟା ପରେ ୨ ବର୍ଷୀୟ ଶିଶୁ ‘ପିହୁ’ କେଉଁ କେଉଁ ପରିସ୍ଥିତର ସାମ୍ନା କରୁଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି।

ଏମିତି କିଛି ଦୃଶ୍ୟକୁ ନେଇ ଗତିଶୀଳ ହୋଇଛି ଏହି ଫିଲ୍ମ। ମାତ୍ର ୨ ମିନିଟ୍ ୫ ସେକେଣ୍ଡର ଏହି ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଏହି ଫିଲ୍ମଟି ଆସନ୍ତା ନଭେମ୍ବରରେ ରିଲିଜ୍‌ ହେବାର ଯୋଜନ ରହିଛି।

Comment