ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଜଣାଶୁଣା ଅଭିନେତା ଅନୁପମ୍‌ ଖେର୍‌ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥା(ଏଫ୍‌ଟିଆଇଆଇ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଅନୁପମ କାର୍ଯ୍ୟ ବ୍ୟସ୍ତତା କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଟୁଇଟ୍ କରିଛନ୍ତି।

ତାଙ୍କର ଇଣ୍ଟରନାସନାଲ ଟିଭି ‘ଶୋ’ ପାଇଁ ତାଙ୍କୁ ଆହୁରି ୩ ମାସ ଆମେରିକାରେ ରହିବାକୁ ପଡ଼ିବ। ଏଥିପାଇଁ ସେ ସମୟ ଦେଇପାରୁନାହାନ୍ତି ବୋଲି ଟୁଇଟ୍ କରିଛନ୍ତି। ଏଫ୍‌ଟିଆଇଆଇର ଅଧ୍ୟକ୍ଷ ହିସାବରେ ଦାୟିତ୍ୱ ବେଶି ରହୁଥିବାରୁ ସେ ତାଙ୍କର ଟିଭି ‘ଶୋ’ ପାଇଁ ଧ୍ୟାନ ଦେଇପାରୁ ନଥିବାରୁ ସେ ଏହି ପଦ ଛାଡ଼ିଛନ୍ତି।

୨୦୧୭ ଅକ୍ଟୋବରରେ ଅନୁପମ ଖେର୍‌ଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିଲା। ଅନୁପମ ଖେର୍‌ଙ୍କ ପୂର୍ବରୁ ଏଫ୍‌ଟିଆଇଆଇର ଅଧ୍ୟକ୍ଷ ଗଜେନ୍ଦ୍ର ଚୌହାନ ରହିଥିଲେ।

Comment