ଓଡ଼ିଶାଲାଇଭ୍ ବ୍ୟୁରୋ

ସତ୍ୟପାଠ ଦାଖଲ କରିବାପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ ଅଭିଜିତ ଆୟାର ମିତ୍ର।

ବିଧାନସଭା ଗୃହ କମିଟିରେ ହାଜର ହୋଇଛନ୍ତି ଅଭିଜିତ ଆୟାର ମିତ୍ର। ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଜିତ ଆୟାର ମିତ୍ର ଶୁକ୍ରବାର ବିଧାନସଭା ଗୃହକମିଟ ସମ୍ମୁଖରେ ହାଜର ହୋଇଛନ୍ତି।

ସେ ଶୁକ୍ରବାର ସତ୍ୟପାଠ ଦାଖଲ କରି ପାରି ନ ଥିବାରୁ ଶନିବାର ପୁଣି ଥରେ ଗୃହ କମିଟି ଆଗରେ ହାଜର ହେବେ ବୋଲି ଜଣାପଡ଼ିଛି। ଗତ ୨୩ ତାରିଖରେ ହାଜର ହେବା ସମୟରେ ବିଧାନସଭା କମିଟି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ।

ଏହି ଦିନ ବିଧାନସଭା କମିଟିରେ ହାଜର ପରେ ଅଭିଜିତ ଆୟର ଗିରଫ ହୋଇଥିଲେ। ଦୀର୍ଘ ସମୟ ପରେ ଅଭିଜିତ ଆୟରକୁ ସହିଦନଗର ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ କୋଣାର୍କ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲେ। ଅଭିଜିତଙ୍କ ମନ୍ତବ୍ୟକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା। ଏହା ପରେ ଓଡ଼ିଶା ପୋଲିସ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା।

ଏହାଛଡ଼ା ସୁପ୍ରିମକୋର୍ଟ ମଧ୍ୟ ଅଭିଜିତଙ୍କ ମନ୍ତବ୍ୟ ନେଇ କଡ଼ା ମନ୍ତବ୍ୟ ରଖିଥିଲେ। ଅଭିଜିତଙ୍କ ଓକିଲ ଯେତେବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କୋର୍ଟକୁ କହିଥିଲେ। ସେତେବେଳେ ସୁପ୍ରିମକୋର୍ଟ କହିଥିଲେ, “ଅଭିଜିତଙ୍କ ପାଇଁ ଜେଲ ସୁରକ୍ଷିତ ସ୍ଥାନ।” ଦଫା ୧୫୩-ଏ ଅର୍ଥାତ୍ ଧର୍ମୀୟ ଭାବନାକୁ କେନ୍ଦ୍ର କରି ଶାନ୍ତି ଭଙ୍ଗ କରିବା ଭଳି ସଙ୍ଗୀନ ମାମଲା ମଧ୍ୟ ଆୟାରଙ୍କ ବିରୋଧରେ ରହିଛି। ଆୟରଙ୍କ ବିରୋଧରେ ଆଇଟି ଆକ୍ଟର ଦଫା ୬୭ରେ ମାମଲା ରୁଜୁ କରାଯାଇଛି।

Comment