ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ବୁଧବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଭୁବନେଶ୍ୱରସ୍ଥିତ ସହିଦନଗର ଓ କୋଣାର୍କ ଥାନାରେ ଥିବା ମାମଲାରେ ଆୟାର ମିତ୍ରଙ୍କୁ ଜାମିନ ମିଳିଛି। ନିମ୍ନ ଅଦାଲତ ଚାହିଁଲେ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ଆୟାର ଓଡ଼ିଶା ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ ଯେଉଁଥିପାଇଁ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ମଙ୍ଗଳବାର ଆୟାରଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବା ଏବଂ ବୁଧବାର ହାରକୋର୍ଟରୁ ଜାମିନ ମିଳିବା ପରେ ଆୟାରଙ୍କ ଜେଲରୁ ବାହାରିବା ନେଇ ବାଟ ଫିଟିଛି।
ପୂର୍ବରୁ ଅଭିଜିତ ଆୟାର ମିତ୍ର ନିଜ ମନ୍ତବ୍ୟ ଏବଂ ତାଙ୍କ ବିରୋଧରେ ଥିବା ମାମଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବଙ୍କୁ କ୍ଷମା ମାଗିସାରିଛନ୍ତି। ଏହା ସହିତ ସେ ବିଧାୟକମାନଙ୍କ ବିରୋଧରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ କ୍ଷମା ପାର୍ଥନା କରିସାରିଥିଲେ ଯେଉଁଥି ପାଇଁ ବିଧାନସଭାର ଗୃହକମିଟି କ୍ଷମା ଦେଇସାରିଛନ୍ତି।















