ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରମାଗତ ଭାବେ ପୁଣିଥରେ କମିଛି ପେଟ୍ରୋଲ ଓ ଡିଜେଲ ଦର।

ଏବେ ଚାଲିଛି ପାର୍ବଣ ଋତୁ। ଏହି ପାର୍ବଣ ଋତୁରେ କ୍ରମାଗତ ଭାବେ କମିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଦିଲ୍ଲୀରେ ସୋମବାର ପେଟ୍ରୋଲ ୨୨ ପଇସା କମି ୭୮.୫୬ ପହଞ୍ଚିଛି। ଅନ୍ୟପଟେ ଡିଜେଲ ଦର ୨୦ ପଇସା କମଛି। ଯାହାପାଇଁ ସାଧାରଣ ଲୋକଙ୍କ ମୁହଁରେ ଖୁସିର ଲହରୀ ଖେଳିଛି।

ସୋମବାର ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୩.୧୬ ଟଙ୍କାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ୨୨ ପଇସା କମି ପେଟ୍ରୋଲ ଲିଟର ପିଛା ୮୪.୦୬ ଟଙ୍କା ହୋଇ ଥିବାବେଳେ ଡିଜେଲରେ ୨୧ ପଇସା କମି ଲିଟର ପିଛା ୭୬.୬୭ ଟଙ୍କାରେ ବିକ୍ରି ହେଉଛି।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁସାରେ, ରବିବାର ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପ୍ରତି ୭୮.୭୮ଟଙ୍କା, ୮୦.୬୮ ଟଙ୍କା, ୮୪.୨୮ ଟଙ୍କା ଓ ୮୧.୮୪ ଟଙ୍କା ରହିଥିଲା। ସେହିପରି ଉକ୍ତ ସହରମାନଙ୍କରେ ଡିଜେଲ ଦର ଲିଟର ପ୍ରତି ୭୩.୩୬, ୭୫.୨୨,  ୭୬.୮୮ ଓ ୭୭.୫୫ ଟଙ୍କା ରହିଥିଲା।

Comment