ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ମି ଠୁ’ ଅଭିଯାନକୁ ନେଇ ନିଜର ସ୍ପଷ୍ଟ ମତ ରଖିଲେ ବଲିଉଡର ସିରିଅଲ୍ କିସର୍ ଇମ୍ରାନ୍ ହାସମୀ।

ବଲିଉଡର ସିରିଅଲ୍ କିସର୍ ଇମ୍ରାନ୍ ହାସମୀ ‘ମି ଠୁ’ରେ ସାମିଲ୍ ହୋଇ ନିଜର ସ୍ପଷ୍ଟ ମତ ରଖିଛନ୍ତି। ସେ ସୋସିଆଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ଯେ, ପ୍ରଡକ୍ସନ୍ ହାଉସ ମହିଳାମାନଙ୍କୁ ସୁଟିଂ ସେଟ୍‌ରେ ସୁରକ୍ଷା ଦେବା ଲାଗି ନୂଆ ନିୟମ କରିବା ଦରକାର ଓ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ଉଚିତ।

ଇମ୍ରାନ୍ ହାସମୀ କହିଛନ୍ତି ଯେ, “ବଲିଉଡରେ ଯୌନ ଶୋଷଣକୁ କଦାପି ବରଦାସ୍ତ କରାଯିବା ଉଚିତ ନୁହେଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଥିପାଇଁ ଗାଇଡଲାଇନ୍‌ସ ରହିବା ନିହାତି ଆବଶ୍ୟକ।” ସେ ଆହୁରି ମଧ୍ୟ କହିଛନ୍ତି, “ତାଙ୍କ ପ୍ରଯୋଜନା ସଂସ୍ଥା ଇମ୍ରାନ୍ ହାସମୀ ଫିଲ୍ମସ୍ ମହିଳାମାନଙ୍କର ବିଶେଷ ଧ୍ୟାନ ରଖିଥାଏ।” ଯଦି କୌଣସି ମହିଳାଙ୍କ ସହିତ ସେଭଳି କିଛି ଅଘଟଣ ଘଟେ, ତେବେ ଆଇଡ଼ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଏକ ଶୁଭାରମ୍ଭ ମାତ୍ର। ଏହାର ଶୁଭାରମ୍ଭ ତ କୌଣସି ସ୍ଥାନରୁ ଆରମ୍ଭ ହେବାର କଥା, ତାହା ସେ କହିଛନ୍ତି ବୋଲି ଇମ୍ରାନ୍ ସୂଚନା ଦେଇଛନ୍ତି।

ଇମ୍ରାନ୍ ହାସମୀ କହିଛନ୍ତି, “ ‘ମି ଠୁ’ ଅଭିଯାନ ବହୁ ଦଶକ ଆଗରୁ ଆରମ୍ଭ ହେବାର ଥିଲା। ପାଶ୍ଚ୍ୟାତ୍ୟ ଦେଶରେ ଏହାର ଶୁଭାରମ୍ଭ ଗତବର୍ଷ ହୋଇଛି ଓ ପ୍ରତି ଘଣ୍ଟାରେ ମହିଳାମାନେ ନିଜ ଉପରେ ଘଟିଥିବା ଯୌନ ଶୋଷଣର ଖୁଲାସା କରିଛନ୍ତି।”

ଇମ୍ରାନ୍‌ ଆହୁରି ଏକ ବଡ଼ କଥା କହିଛନ୍ତି ଯେ, “ଯେତେବେଳେ ସେ କୌଣସି ହିରୋଇନଙ୍କ ସହିତ କିସିଂ ସିନ୍ ବା ବୋଲ୍ଡ ସିନ୍ କରନ୍ତି, ପ୍ରଥମେ ତାଙ୍କ ସହ କଥା ହୁଅନ୍ତି। ଦୁହେଁ ଖୁବ୍ କମ୍ଫଟେବଲ୍ ହେବା ପରେ ଯାଇ ସଟ୍ ପାଇଁ ପ୍ରସ୍ତୁତ ହୁଅନ୍ତି। ଯେ ପର୍ଯ୍ୟନ୍ତ ନାୟିକା ଜଣକ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୁଅନ୍ତି ନାହିଁ, ସେ ପର୍ଯ୍ୟନ୍ତ ଏଥିପାଇଁ ସେ ସମ୍ମତି ଦିଅନ୍ତି ନାହିଁ।”

ଲୋକପ୍ରିୟ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ଫିଲ୍ମ ‘ରକ୍‌ଷ୍ଟାର’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ନରଗୀସ୍ ଫାଖ୍‌ରୀ ବଲିଉଡରେ। ଏହି ସିନେମାରେ ନରଗୀସ୍‌ଙ୍କୁ ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ‘ରକ୍‌ଷ୍ଟାର୍’ ହିଟ୍ ହୋଇଥିଲେ ବି ନରଗୀସଙ୍କ କ୍ୟାରିଅର୍ ଠିକ୍‌ ରୂପ ନେଇ ପାରିନଥିଲା।

ଏହା ପରେ ନରଗୀସ୍ ବରୁଣ ଧୱନ୍‌, ଜନ୍ ଆବ୍ରାହାମ୍‌, ସଲମାନ୍ ଖାନ୍‌, ରିତେଶ ଦେଶମୁଖ ଓ ଇମ୍ରାନ୍ ହାସମୀଙ୍କ ଭଳି ଆଗଧାଡ଼ିର ଷ୍ଟାରଙ୍କ ସହିତ କାମ କରୁଛନ୍ତି। “ଏମାନଙ୍କ ମଧ୍ୟରୁ କେବଳ ଇମ୍ରାନ୍ ହାସମୀଙ୍କ ସହିତ କାମ କରିବା ବେଳେ ତାଙ୍କୁ ଅସୁବିଧା ହୋଇଥିଲା” କହିଛନ୍ତି, ନରଗୀସ୍।

“କ୍ରିକେଟ୍‌ର ମହମ୍ମଦ୍ ଆଝାରୁଦ୍ଦିନଙ୍କ ବାୟୋପିକ୍ ଫିଲ୍ମ ‘ଅଜହର’ରେ ପ୍ରଥମ ଥର ପାଇଁ ଇମ୍ରାନ୍ ହାସମୀଙ୍କ ସହ କାମ କରୁଥାନ୍ତି ନରଗୀସ୍। ଏହି ଫିଲ୍ମରେ ଥିବା ଏକ ଗୀତର ସୁଟିଂ ସମୟରେ ଇମ୍ରାନଙ୍କ ସହିତ ନରଗୀସଙ୍କର କେତେକ କିସିଂ ସିନ୍ ସୁଟ୍‌ କରାଯାଇଥିଲା। ଏହି ସିନ୍‌ର ସୁଟିଂ ସମୟରେ ଅନେକ ଥର ତାଙ୍କୁ ରିଟେକ୍ ଦେବାକୁ ପଡ଼ିଥିଲା। ବାରମ୍ବାର ଇମ୍ରାନ୍ ହାସମୀଙ୍କ ସହିତ କିସ୍ ସିନ୍‌ କରିବାକୁ ତାଙ୍କୁ ଭଲ ଲାଗିନଥିଲା। ଏହାଛଡ଼ା ସେଟ୍‌ରେ ଏହି ସିନ୍‌ର ସୁଟିଂ ବେଳେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଥଟ୍ଟା କରିଥିଲେ। ତେବେ ଇମ୍ରାନ୍ ହାସମୀ ତାଙ୍କର ଯୌନ ଶୋଷଣ କରିନଥିଲେ” କହିଛନ୍ତି, ନରଗୀସ ଫାଖରୀ।

Comment