ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୬ ବର୍ଷ ସଜା କାଟିବା ପରେ ବାରଣାସୀ ସେଣ୍ଟ୍ରାଲ ଜେଲରୁ ମୁକ୍ତ ହୋଇଛନ୍ତି ପାକିସ୍ତାନୀ ନାଗରିକ ଜଲାଉଦ୍ଦିନ। ଯିବାବେଳେ ସାଙ୍ଗରେ ଭଗବତ ଗୀତାକୁ ସାଙ୍ଗରେ ନେଇ ଯାଇଛନ୍ତି। ଜଲାଉଦ୍ଦିନଙ୍କୁ ୨୦୦୧ରେ ବାରାଣାସୀର ଛାୱନୀ ଅଞ୍ଚଳରୁ ଗିରଫ କରାଯାଇଥିଲା।

ପୋଲିସ ଏୟାରଫୋର୍ସ ଷ୍ଟେସନ ପାଖରୁ ଧରା ପଡ଼ିଥିବା ଜଲାଉଦ୍ଦିନଙ୍କ ପାଖରେ କିଛି ସନ୍ଦେହଜନକ କାଗଜପତ୍ର ମିଳିଥିଲା। ତାଙ୍କ ପାଖରୁ ଛାୱନୀ ଅଞ୍ଚଳ ସମେତ ଆଖପାଖ ସମସ୍ତ ଅଞ୍ଚଳର ନକ୍ସା ଜବତ ହୋଇଥିଲା। ଏହା ପରେ ଜଲାଉଦ୍ଦିନଙ୍କୁ ୧୬ ବର୍ଷ କଏଦୀ ହେବାପାଇଁ ଦଣ୍ଡ ଶୁଣାଯାଇଥିଲା।

ଜଲାଉଦ୍ଦିନଙ୍କ ସଜା ୨୦୧୭ ଅକ୍ଟୋବର ମାସରୁ ସରିଥିଲା। ପାକିସ୍ତାନ ଦୂତାବାସରୁ ଅନୁମତି ମିଳିବାରେ ଏକ ବର୍ଷ ସମୟ ଲାଗିଗଲା। ପାକିସ୍ତାନ ସରକାରଙ୍କ ଅନୁମତି ପରେ ଛଡ଼ାଯାଇଛି। କିନ୍ତୁ ଏବେ ଯେତେବେଳେ ତାଙ୍କୁ ମୁକ୍ତ କରାଗଲା ସେ ନିଜ ସହିତ ଗୀତା ନେଇ ପାକିସ୍ତାନ ସ୍ଥିତ ନିଜ ବାସସ୍ଥାନକୁ ଫେରିଯାଇଛନ୍ତି।

ଜେଲରଙ୍କ କହିବା ଅନୁସାରେ, ଜଲ୍ଲାଉଦ୍ଦିନଙ୍କୁ ଗୋପନୀୟତା ଆଇନ ଓ ବିଦେଶୀ ନାଗରିକ ଆକ୍ଟ ଅନୁସାରେ ଗିରଫ କରାଯାଇଥିଲା। ଜେଲ ସୁପରିଟେଣ୍ଡଣ୍ଟଙ୍କ ଅନୁସାରେ ଯେତେବେଳେ ତାକୁ ଗିରଫ କରାଯାଇଥିଲା ସେତେବେଳେ ସେ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପଢ଼ିଥିଲା। କିନ୍ତୁ ଜେଲରେ ସେ ଇଣ୍ଟରମିଡିଏଟ୍ ଏବଂ ପରେ ଇଗ୍ନୋରୁ ଏମଏର ଡିଗ୍ରୀ ମଧ୍ୟ ହାସଲ କଲା।

ଜେଲରେ ରହିବା ସମୟରେ ସେ ଇଲେକଟ୍ରିକ୍ କାମର କୋର୍ସ ମଧ୍ୟ ପୂରା କରିଥିଲା ଏହାସହିତ ୩ ବର୍ଷ ଜେଲ ପ୍ରିମିୟର ଲିଗରେ ଅମ୍ପେୟାର ଭୂମିକା ମଧ୍ୟ ତୁଲାଇଥିଲେ। ସ୍ପେଶାଲ ଟିମ୍ ଜଲାଉଦ୍ଦିନଙ୍କୁ ଅମୃତସର ନେଇଯାଇଥିଲା। ପରେ ତାକୁ ୱାଘା-ଅଟାରୀ ବର୍ଡର ସମ୍ବନ୍ଧିତ ଏଜେନ୍ସିଙ୍କୁ ସମର୍ପି ଦିଆଯାଇଛି। ଯେଉଁଠାରୁ ସେ ନିଜ ଜନ୍ମମାଟିକୁ ଫେରିଯିବ।

Comment