ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍ ଇନ୍‌ ଓଡ଼ିଶା କନକ୍ଲେଭରେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ସାମିଲ ହୋଇଛନ୍ତି। ବିଜନେସ ଲିଡରସିପ୍ ସମିଟରେ ଯୋଗ ଦେଇ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିନ୍ଦଲ। “ଏଥିସହ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଥିବା ବେଳେ ସେ ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ” କହିଛନ୍ତି ନବୀନ ଜିନ୍ଦଲ।

“ସେହିପରି ୨୦୩୦ ସୁଦ୍ଧା ୬ ମିଲିୟନ ଟନର ଷ୍ଟିଲ ପ୍ଲାଣ୍ଟକୁ ବୃଦ୍ଧି କରାଯାଇ ୨୦ ମିଲିୟନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି। ଏଥିସହ ୪୫ ହଜାର କୋଟିର ନିବେଶକୁ ବୃଦ୍ଧି କରାଯାଇ ୧ଲକ୍ଷ କୋଟିର କରିବେ ପୁଞ୍ଜିନିବେଶ କରାଯିବ। ଏହାଦ୍ୱାରା ୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ” କହିଛନ୍ତି ଜିନ୍ଦଲ।

ନବୀନ ଜିନ୍ଦଲ ଆହୁରି ମଧ୍ୟ କହିଛନ୍ତି, “୧୫ ବର୍ଷର ଯାତ୍ରାରେ ୪୫ ହଜାର କୋଟି ଓଡ଼ିଶାରେ ପୁଞ୍ଜିନିବେଶ ହୋଇଛି। ଅନେକ ଚ୍ୟାଲେଞ୍ଜ ଥିବା ସତ୍ତ୍ୱେ ଓଡ଼ିଶାରେ ବେଶ୍ କିଛି ଅସୁବିଧା ହୋଇନଥିଲା। ଲୋକଙ୍କ ସମର୍ଥନ ଓ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଥିଲା। ଆଉ ଏଥିପାଇଁ ଓଡ଼ିଶାରେ ଆଗକୁ ଅଧିକ ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରଖିଛନ୍ତି।”

ତେବେ ସୋମବାର ମେକ୍ ଇନ୍‌ ଓଡ଼ିଶା କନକ୍ଲେଭରେ ନବୀନ ଜିନ୍ଦଲ ଓଡ଼ିଶା ସହ ଥିବା ୩୦ ବର୍ଷର ସମ୍ପର୍କକୁ ସମସ୍ତଙ୍କ ସହ ବଖାଣିଛନ୍ତି। ନବୀନ କହିଛନ୍ତି, “୩୦ ବର୍ଷ ପୂର୍ବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନବୀନ ଜିନ୍ଦଲଙ୍କ ବାପା ଓପି ଜିନ୍ଦଲଙ୍କୁ କହିଥିଲେ, ଓଡ଼ିଶାରେ ଏକ ମିଲିୟନ୍ ଟନର ଏକ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା କରିବାଲାଗି।”

ତେବେ ସେହି ସମୟରେ ଏତେ ଟଙ୍କା ବିନିଯୋଗ କରି ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା କରିବା ବହୁତ ବଡ଼ କଥା ଥିଲା। ତଥାପି ଓପି ଜିନ୍ଦଲ ଚେଷ୍ଟା କରିଥିଲେ। କିନ୍ତୁ କୌଣସି କାରଣ ପାଇଁ ଓଡ଼ିଶାରେ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ହୋଇ ପାରିନଥିଲା।

ତେବେ ୨୦୦୩ରେ ଜିନ୍ଦଲ ଏକ ୬ ମିଲିୟନ ଟନର ଷ୍ଟିଲପ୍ଲାଣ୍ଟ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରିଥିଲେ। ଏଥିସହ ଏହି ଯୋଜନା ସଫଳ ମଧ୍ୟ ହୋଇଥିଲା। ଯାହା ବିଶ୍ୱରେ ପ୍ରଥମ ଥର ପାଇଁ କୋଇଲା ଗ୍ୟାସୀକରଣ ଉପାୟରେ ୨୦୦୫ରେ ଏହି ଷ୍ଟିଲ ପାଣ୍ଟ ପ୍ରତିଷ୍ଠା ହୋଇଥିଲା।

ହେଲେ ୨୦୧୪ରେ ସମସ୍ତ କୋଲ୍ ବ୍ଲକ ଆବଣ୍ଟନକୁ ସୁପ୍ରମିକୋର୍ଟ ଖାରଜ କରି ଦେଇଥିଲେ। ଏହାସୱେ କମ୍ପାନୀ ହାର ମାନିନଥିଲା। ରାଜ୍ୟସରକାରଙ୍କ ସହଯୋଗ କ୍ରମେ ରାଜ୍ୟରେ ଭାରତର ସବୁଠାରୁ ଅତ୍ୟାଧୁନିକ ସିଣ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥିଲା। ଗତବର୍ଷ ଏସବୁ କମିଶନ ହୋଇଛି।

ଏବେ ଅନୁଗୁଳରେ ୬ ମିଲିୟନ୍ ଟନର ଷ୍ଟିଲ୍ ପ୍ଲାଣ୍ଟ ଓ ଯୋଡ଼ା ବଡ଼ବିଲରେ ୯ ମିଲିୟନ୍ ଟନର ପେଲେଟ୍ ପ୍ଲାଟ ରହିଛି। ଆଉ ଆଗକୁ ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରଖିଛନ୍ତି ନବୀନ ଜିନ୍ଦଲ।

Comment