ଓଡ଼ିଶାଲାଇଭ୍ ବ୍ୟୁରୋ

 

ମେକ୍ ଇନ୍ ଓଡ଼ିଶା କନକ୍ଳେଭ ଦ୍ୱିତୀୟ ସଂସ୍କରଣର ମଙ୍ଗଳବାର ତୃତୀୟ ଦିନ। ମଙ୍ଗଳବାର ସ୍ୱାସ୍ଥ୍ୟସେବା ଉପରେ ପୁଞ୍ଜିନିବେଶ ନେଇ ସମସ୍ତଙ୍କ ନଜର ରହିଛି। ସ୍ୱାସ୍ଥ୍ୟସେବା ପୁଞ୍ଜିନିବେଶ ଉପରେ ଅଧିବେଶନ ହେବ।

ଏହାଛଡ଼ା କୃଷି ବ୍ୟବସାୟ ପୁଞ୍ଜିନିବେଶ ଓ ଦକ୍ଷତା ବିକାଶ ଅଧିବେଶନ ମଧ୍ୟ ହେବ। ଏଥିସହ ବୟନ ଓ ପୋଷାକ କ୍ଷେତ୍ର, ଧାତବ କ୍ଷେତ୍ର, ଏମଏସଏମଇ ପୁଞ୍ଜିନିବେଶ ଓ ରସାୟନ-ପେଟ୍ରୋ ରସାୟନ ଅଧିବେଶନ ବି ହେବ।

ଏହାବ୍ୟତୀତ ଟେକ ଟକ୍ ଓ ଷ୍ଟାର୍ଟ ଅପ ଟକ୍ ମଧ୍ୟ ଆଜିର ଅଧିବେଶନରେ ରହିଛି। ସୋମବାର ମେକ୍ ଇନ୍ ଓଡ଼ିଶା କନକ୍ଳେଭ ଦ୍ୱିତୀୟ ସଂସ୍କରଣରେ ବିଜନେସ୍ ଲିଡରସିପ୍ ସମିଟ୍‌ରେ ଦେଶବିଦେଶର ସବୁଠୁ ବଡ଼ ବଡ଼ ଶିଳ୍ପପତି ଏକାଠି ହୋଇଥିଲେ।

ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ୫ ଦିନିଆ କନକ୍ଳେଭରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଶା କରିଛି ଓଡ଼ିଶା। ପୁଞ୍ଜିନିବେଶ ବ୍ୟତୀତ ଦେଶବିଦେଶରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଭରପୂର ଚେଷ୍ଟା କରାଯାଉଛି।

Comment