ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଜନତା ମଇଦାନରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ଦ୍ଵିତୀୟ ସଂସ୍କରଣର ଚତୁର୍ଥ ଦିନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୁଧବାର ମହିଳା ଔଦ୍ୟୋଗିକ ପ୍ଲେନାରୀ ଉପରେ ସମସ୍ତଙ୍କ ନଜର ରହିଥିଲା। ଏଥିସହ ମହିଳା ଔଦ୍ୟୋଗିକ ପ୍ଲେନାରୀ ଉପରେ ପୁଞ୍ଜିନିବେଶର ଅଧିବେଶନ ହୋଇଥିଲା।

ଏହାଛଡ଼ା ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ କୃଷି ବିପଣନ ଉପରେ ମଧ୍ୟ ଅଧିବେଶନ ହେବ। ଏହାଛଡ଼ା କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍), ଏକାଡେମିକ୍ ମିଟ୍ ପ୍ଲେନାରୀ, ମହିଳା ଔଦ୍ୟୋଗିକତା ଥିମ୍‌ରେ ଉଦ୍ୟୋଗୀଙ୍କ ପାଇଁ ଫାଇାନାନ୍ସ ଉପରେ ଅଧିବେଶନ, ମହିଳା ଔଦ୍ୟୋଗିକତା ଥିମ୍‌ରେ ଉଦ୍ୟୋଗୀଙ୍କ ପାଇଁ ମାର୍କେଟିଂ ଉପରେ ଅଧିବେଶନ, ମହିଳା ଔଦ୍ୟୋଗିକତା ଥିମ୍‌ରେ ଏସ୍ଏଚ୍‌ଜିଙ୍କ ପାଇଁ ମାର୍କେଟିଂ ଉପରେ ଅଧିବେଶନ, ମହିଳା ଔଦ୍ୟୋଗିକତା ଥିମ୍‌ରେ ଏସ୍ଏଚ୍‌ଜିଙ୍କ ପାଇଁ ଫାଇନାନ୍ସିଂ ଉପରେ ଅଧିବେଶନ, ଏକାଡେମିକ୍ ମିଟ୍ ଥିମ୍ ଅଧିବେଶନ, ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍ ମଧ୍ୟ ଅନୁଷ୍ଠିତ ହେବ।

ସୋମବାର ମେକ୍ ଇନ୍ ଓଡ଼ିଶା କନକ୍ଳେଭ ଦ୍ୱିତୀୟ ସଂସ୍କରଣରେ ବିଜନେସ୍ ଲିଡରସିପ୍ ସମିଟ୍‌ରେ ଦେଶବିଦେଶର ସବୁଠୁ ବଡ଼ ବଡ଼ ଶିଳ୍ପପତି ଏକାଠି ହୋଇଥିଲେ। ଏଥିସହ ପ୍ରମୁଖ ଶିଳ୍ପପତିମାନେ ଓଡ଼ିଶାରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ୫ ଦିନିଆ କନକ୍ଳେଭରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଶା କରିଛି ଓଡ଼ିଶା। ପୁଞ୍ଜିନିବେଶ ବ୍ୟତୀତ ଦେଶବିଦେଶରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଭରପୂର ଚେଷ୍ଟା କରାଯାଉଛି।

Comment