ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ଏମିତି ବହୁ ଦେଶ ଅଛି, ଯାହାର ସ୍ୱତନ୍ତ୍ର ଇତିହାସ ରହିଛି। ସାଧାରଣତଃ ୪ରୁ ୫ ବର୍ଷ ଭିତରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ। ଯେମିତି ଭାରତରେ ରାଷ୍ଟ୍ରପତି ନିର୍ବାଚନ ପ୍ରତି ପାଞ୍ଚ ବର୍ଷରେ ହୁଏ। ସେହିଭଳି ଆମେରିକାରେ ପ୍ରତି ୪ ବର୍ଷରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ, କିନ୍ତୁ ବିଶ୍ୱରେ ଏଭଳି ଦେଶ ଅଛି ଯେଉଁଠି ପ୍ରତିବର୍ଷ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ।

ସ୍ୱିଜରଲ୍ୟାଣ୍ଡ ଏଭଳି ଗୋଟିଏ ଦେଶ ଯେଉଁଠି ପ୍ରତିବର୍ଷ ରାଷ୍ଟ୍ରପତି ପରିବର୍ତ୍ତନ ହୋଇଥାନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବର୍ଷେ ପର୍ଯ୍ୟନ୍ତ ଥାଏ। ଏକ ବର୍ଷରୁ ଅଧିକ ସମୟ ରହିପାରିବେନି କି ଦ୍ୱିତୀୟ ନିର୍ବାଚନ ଲଢ଼ିବାକୁ ଅନମୁତି ନାହିଁ।

ସ୍ୱିଜରଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠୁ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ। ଦେଶର ୭୦ ପ୍ରତିଶତ ଅଂଶ ପାହାଡ଼ରେ ଆଚ୍ଛାଦିତ। କୁହାଯାଏ ସ୍ୱିଜରଲ୍ୟାଣ୍ଡରେ ଅପରାଧ ସବୁଠୁ କମ୍। ପାଖାପାଖି ୮୭ ପ୍ରତିଶତ ଲୋକ ଶିକ୍ଷିତ। ଏହି ଦେଶରେ ଶିକ୍ଷକଙ୍କୁ ଅଧିକ ଦରମା ମିଳିଥାଏ। ୨୦୧୦ ମସିହା ରିପୋର୍ଟ ଅନୁସାରେ ଶିକ୍ଷକଙ୍କୁ ମାସିକ ୧ ଲକ୍ଷ ୨୦ ହଜାର ଟଙ୍କା ଦରମା ମିଳୁଥିଲା। ଖାଲି ସେତିକି ନୁହେଁ ଅନ୍ୟ କର୍ମଚାରୀଙ୍କ ଛୁଟି ଠାରୁ ଶିକ୍ଷକଙ୍କୁ ଅଧିକ ଛୁଟି ମିଳିଥାଏ।

ସ୍ୱିଜରଲ୍ୟାଣ୍ଡ ବିଷୟରେ ଆଉ ଏକ ରୋଚକ ତଥ୍ୟ ମଧ୍ୟ ରହିଛି। ଏଠାରେ ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଚାହେଁ ତାହାଲେ ଅନ୍ୟ କାହାର ସହାୟତା ନେଇପାରିବେ। ଏଭଳି କରିବା ସ୍ୱିଜରଲ୍ୟାଣ୍ଡରେ ଆଇନସମ୍ମତ। ପାଖରେ ବନ୍ଧୁକ ରଖିବା ଲୋକଙ୍କ ସଂଖ୍ୟା ମଧ୍ୟ ଏଠାରେ ଅଧିକ। ପ୍ରତି ୧୪୦୦ ଲୋକଙ୍କ ପାଇଁ ଗୋଟିଏ ଲେଖାଏଁ ବ୍ୟାଙ୍କ ରହିଛି।

ସ୍ୱିଜରଲ୍ୟାଣ୍ଡର ସବୁଠୁ ଅଧିକ ବଲିଉଡ ଫିଲ୍ମ ସୁଟିଂ ହୋଇଥାଏ। ବଲିଉଡରେ ପ୍ରତିବର୍ଷ ଯେତିକି ଫିଲ୍ମ ହୁଏ ସେଥିରୁ ଅଧିକ ନ୍ୟୁଜଲାଣ୍ଡରେ ସୁଟିଂ ହୋଇଥାଏ।

Comment