ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷାଠିଏ ଓ ସତୁରି ଦଶକର ଲୋକପ୍ରିୟ ନାୟିକା ସାଧନାଙ୍କ ବିଷୟରେ କିଛି ରୋଚକ କଥା ଜାଣନ୍ତୁ…

ଷାଠିଏ ଓ ସତୁରି ଦଶକର ଅନ୍ୟତମ ଲୋକପ୍ରିୟ ନାୟିକା ଥିଲେ ସାଧନା। ସାଧନାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇଥିଲେ ବହୁ ଦର୍ଶକ। ଯୁବତୀମାନେ ତ ସାଧନାଙ୍କର ହେୟାର୍ ଷ୍ଟାଇଲରେ ପ୍ରଭାବିତ ହୋଇ ନିଜର କେଶ ବିନ୍ୟାସ କରୁଥିଲେ। ସେ ସମୟରେ ତାଙ୍କର ହେୟାର୍‌ ଷ୍ଟାଇଲ୍ ଏତେ ଲୋକପ୍ରିୟ ହେଲା ଯେ ତାହା ‘ସାଧନା କଟ୍’ ନାଁରେ ଲୋକପ୍ରିୟ ହୋଇଥିଲା।

୧୯୪୧ ମସିହା ସେପ୍ଟେମ୍ବର ୨ ତାରିଖରେ ସାଧନଙ୍କର ଜନ୍ମ ହୋଇଥିଲା ପାକିସ୍ତାନର କରାଚୀର ଏକ ସିନ୍ଧି ପରିବାରରେ। ସେ ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲେ। ଭାରତ-ପାକ୍‌ ବିଭାଜନ ପରେ ସାଧନାଙ୍କ ପରିବାର କରାଚୀ ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ।

ସାଧନାଙ୍କ ପିତା ଖୁବ୍ କଳାପ୍ରେମୀ ଥିଲେ। ତାଙ୍କର ପ୍ରିୟ ଅଭିନେତ୍ରୀ ଥିଲେ ସାଧନା ବୋଷ। ଏହି କାରଣରୁ ସେ ନିଜ ଝିଅର ନାଆଁ ରଖିଥିଲେ ସାଧନା। ସାଧନା ଆଠ ବର୍ଷ ଯାଏଁ ଘରେ ପାଠ ପଢ଼ିଥିଲେ। ଖୁବ୍ କମ୍ ଲୋକ ଜାଣନ୍ତି ଯେ, ସାଧନାଙ୍କର କପୁର ଖାନଦାନ୍‌ ସହିତ ସମ୍ପର୍କ ଥିଲା।

ସାଧନାଙ୍କ ପିତା ଓ ରଣଧୀର କପୁରଙ୍କ ଶ୍ୱଶୁର ହିର ଶିବଦାସନୀ ଦୁଇ ଭାଇ। ଏହି କାରଣରୁ ସାଧନା ଓ ବବିତା ଦୁହେଁ ଥିଲେ କଜିନ୍। ସାଧନାଙ୍କୁ କରିନା କପୁର ଓ କରିସ୍ମା କପୁର ଖୁବ୍‌ ଶ୍ରଦ୍ଧା କରୁଥିଲେ।

ରାଜ କପୁରଙ୍କ ପରିବାର ସହିତ ସୁସମ୍ପର୍କ ଥିବା କାରଣରୁ ସାଧନାଙ୍କୁ ଫିଲ୍ମ ଲାଇନରେ ସହଜରେ ଏଣ୍ଟ୍ରି ମିଳିଥିଲା। ହଁ, ସେ ଶୋ’ମ୍ୟାନ୍‌ ରାଜ କପୁରଙ୍କ ମାଷ୍ଟରପିସ୍ ଫିଲ୍ମ ‘ଶ୍ରୀ-୪୨୦’ର ଏକ ହିଟ୍‌ ଗୀତ ‘ମୁଡ୍‌ମୁଡ୍‌କେ ନା ଦେଖ୍‌ ମୁଡ୍‌ମୁଡ୍‌କେ..’ରେ ନୃତ୍ୟ କରି ଥିଲେ।

ଏହାପରେ ସାଧନା ମାତ୍ର ୧୬ ବର୍ଷ ବୟସରେ ଏକ ସିନ୍ଧି ଫିଲ୍ମ ‘ଅବାନା’ରେ ନାୟିକା ଭୂମିକା କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ପାରିଶ୍ରମିକ ବାବଦରେ ମିଳିଥିଲା ମାତ୍ର ଏକ ଟଙ୍କା। ‘ଅବାନା’ ରିଲିଜ୍ ହେବା ପରେ ଏକ ମାଗାଜିନ୍‌ରେ ସାଧନାଙ୍କର ଫଟୋ ପ୍ରକାଶିତ। ସେହି ଫଟୋ ଦେଖିବା ପରେ ବଲିଉଡର ଲୋକପ୍ରିୟ ପ୍ରଯୋଜକ ଶଶଧର ମୁଖାର୍ଜୀ ସାଧନାଙ୍କୁ ‘ଲଭ୍ ଇନ୍ ସିମ୍‌ଲା’ରେ ବ୍ରେକ୍‌ ଦେଇଥିଲେ।

ଫିଲ୍ମର ନିର୍ଦ୍ଦେଶକ ଆର୍‌. କେ ନୈୟର୍‌ ସାଧନାଙ୍କ ମୁହଁ ଦେଖିବା ପରେ ତାଙ୍କୁ ଅଜବ ଲାଗିଲା। ସେ ଅନୁଭବ କଲେ ସାଧନାଙ୍କର କପାଳ ବଡ଼। ଏଣୁ ସେ ହଲିଉଡ ଅଭିନେତ୍ରୀ ଅଡି ହେପବର୍ଣ୍ଣଙ୍କ ଭଳି ସାଧନାଙ୍କର ହେଆର୍‌ ଷ୍ଟାଇଲ୍ କରାଇଥିଲେ। ସାଧନାଙ୍କର ଏହି ହେଆର୍ ଷ୍ଟାଇଲ୍ ପରେ ଖୁବ୍‌ ଲୋକପ୍ରିୟ ହୋଇଥିଲା।

ସାଧନା ପାଖାପାଖି ୩୦ଟି ସିନେମାରେ ନାୟିକା ଭୂମିକା ନିଭାଇଥିଲେ। ଏଥିମଧ୍ୟରୁ ଲଭ ଇନ୍ ସିମ୍‌ଲା, ଓ କୌନ୍ ଥି, ମେରା ସାୟା, ଅନୀତା, ୱକ୍ତ, ହମ୍ ଦୋନୋ, ରାଜ୍‌ କୁମାର, ଏକ୍ ଫୁଲଦୋ ମାଲି ଓ ଆପ୍ ଆୟେ ବାହାର୍‌ ଆୟେ, ଆଦି ସୁପରହିଟ୍‌ ହୋଇଥିଲା।

 

ସାଧନା ୧୯୬୬ ମସିହାରେ ନିର୍ଦ୍ଦେଶକ ଆରକେ ନୈୟରଙ୍କୁ ହିଁ ବିବାହ କରିଥିଲେ। ଏହି ବିବାହକୁ ନେଇ ସାଧନାଙ୍କ ବାପାମାଆ ଖୁସି ନଥିଲେ। କାରଣ ଆରକେ ନୈୟାର ବସୟରେ ସାଧନାଙ୍କଠାରୁ ବୟସରେ ଢ଼େର ବଡ଼ ଥିଲେ। ଉଭୟଙ୍କର କୌଣସି ସନ୍ତାନ ମଧ୍ୟ ନଥିଲେ। ବିବାହ ପରେ ସାଧନା ସିନେ ଜଗତରୁ ଦୂରେଇ ଯାଇଥିଲେ।

ସେ ଆଉ ଚରିତ୍ର ଅଭିନୟ କରିବାକୁ ଚାହିଁନଥିଲେ। କାରଣ ଲୋକେ ତାଙ୍କର ସୌନ୍ଦର୍ଯ୍ୟକୁ ମନେ ରଖନ୍ତୁ। ଷ୍ଟାଇଲ୍‌ ଆଇକନ୍‌ ଭାବେ ସେ ସଦାସ୍ମରଣୀୟ ହୋଇ ରହନ୍ତୁ ବୋଲି ଚାହୁଁଥିଲେ ସାଧନା। ସାଧନା ଲକ୍ସ ସାବୁନ୍‌ର ପ୍ରଥମ ମଡେଲ ମଧ୍ୟ ଥିଲେ। ଷାଠିଏ ଦଶକର ସାଧନା ଥିଲେ ହାଇଏଷ୍ଟ ଗେଡ୍ ଆକ୍‌ଟ୍ରେସ।

୧୯୯୫ରେ ସ୍ୱାମୀଙ୍କ ମୃତ୍ୟୁପରେ ସାଧନା ନିଃସଙ୍ଗ ଜୀବନ ବିତାଇଥିଲେ। ସେ ଏକ ଭଡ଼ା ଘରେ ଶେଷ ଜୀବନ ବିତାଇଥିଲେ। ସାଧନା ଥାଇରଏଡ୍ ରୋଗରେ ପୀଡ଼ିତା ଥିଲେ। ଶେଷ ସମୟ ତାଙ୍କର ଦୁଃଖରେ କଟିଥିଲା। ୨୦୧୫ ଡିସେମ୍ବର ୨୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।

Comment