ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡର ସୁପରଷ୍ଟାର୍‌ ଶାହରୁଖ ଖାନ୍‌। ଭୁବନେଶ୍ୱର ବିମାନବନ୍ଦରରୁ ଭ୍ୟାନିଟି ଭ୍ୟାନ୍‌ ଯୋଗେ ସିଧା କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଯିବେ କିଙ୍ଗ୍‌ ଖାନ୍‌। ଏହାପରେ ସେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ।

ଏହାଛଡ଼ା ଉଦ୍‌ଘାଟନୀ ଉତ୍ସବ ଶେଷ ହେବାପରେ କିଙ୍ଗ୍‌ ଖାନ୍‌ ସେହି ଭ୍ୟାନିଟି ଭ୍ୟାନ୍‌ ଯୋଗେ ବିମାନବନ୍ଦରକୁ ଆସିବେ। ଏହାପରେ ସେ ମୁମ୍ବାଇ ଫେରିଯିବେ।

ଏଥିସହ ସେ ନଭେମ୍ବର ୨୬ ତାରିଖରୁ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଏବଂ ଓସ୍କାର ବିଜେତା ପ୍ରଖ୍ୟାତ ସଙ୍ଗୀତକାର ଏଆର ରେହମାନ ଭୁବନେଶ୍ୱରରେ ପହଞ୍ଚି ସାରିଥିଲେ। ଏଥିସହ ଧକ୍‌ ଧକ୍‌ ଗାର୍ଲ ସୋମବାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ନୃତ୍ୟ ଅଭ୍ୟାସ କରିଥିଲେ।

Comment