ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ପହଞ୍ଚିଲେ ଦବଙ୍ଗ ଖାନ। ସ୍ୱତନ୍ତ୍ର ଚାଟାର୍ଡ ପ୍ଲେନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ କଟକ ଅଭିମୁଖେ ଯାଇଛନ୍ତି ସଲମାନ। ଭୁବନେଶ୍ୱର ଏୟାରପୋର୍ଟରୁ ସ୍ୱତନ୍ତ୍ର ଗାଡ଼ିରେ କଟକଯାଇଛନ୍ତି ଭାଇଜାନ।

ସଲମାନଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ପ୍ରବଳ ଭିଡ଼ ଲାଗିଥିଲା। ବମାନବନ୍ଦରରୁ ପୋଲିସର କଡ଼ା ସୁରକ୍ଷା ବଳୟରେ ବାରବାଟୀ ଷ୍ଟାଡିୟମ ଯାଇଛନ୍ତି ଭାଇଜାନ। ପୁରୁଷ ହକି ବିଶ୍ୱକପର ଦ୍ୱିତୀୟ ଉଦଘାଟନୀ ସମାରୋହରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଛନ୍ତି ସଲମାନ।

ବୁଧବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେଉଛି। ଏଥିପାଇଁ ରଙ୍ଗିନ ଆଲୋକମାଳାରେ ଷ୍ଟାଡିୟମକୁ ସଜା ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି।

ଭାଇଜାନ କଟକ ଆସୁଥିବା ଏକ ଭିଡିଓ ଟୁଇଟ କରି ସୂଚନା ଦେଇଥିଲେ। ଏନେଇ ଫ୍ୟାନମାନଙ୍କ ମନରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ସଲମାନଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରବଳ ଭିଡ଼ ଲାଗିଛି।

ସଲମାନଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ପୋଲିସ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୫୦ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବାରବାଟୀ ଷ୍ଟାଡିୟମରେ ୩୫୦୦୦ ଦର୍ଶକ ବସିବାପାଇଁ  ବ୍ୟବସ୍ଥା କରାଯାଇଛି।

Comment