ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ହେଲେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ। ମହମ୍ମଦ ଆଝାରୁଦ୍ଦିନଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତେଲେଙ୍ଗାନାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି।

୨୦୧୪ ଲୋକସଭା ନିର୍ବାଚନ ହାରିବା ପରେ ଆଝାରୁଦ୍ଦିନଙ୍କ ରାଜନୀତି ଏକପ୍ରକାର ଠପ୍‌ ହୋଇଯାଇଥିଲା। ୨୦୦୯ରେ ଆଝାରୁଦ୍ଦିନ ଉତ୍ତରପ୍ରଦେଶର ମୋରଦାବାଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ସେ ରାଜସ୍ଥାନ ଟୋଙ୍କ ସୱାଇ ମାଧୋପୁର ପ୍ରାର୍ଥୀ ହୋଇଥିବା ବେଳେ ପରାସ୍ତ ହୋଇଥିଲେ।

ଆଝାରୁଦ୍ଦିନଙ୍କ ବ୍ୟତୀତ ବିଏମ୍‌ ବିନୋଦ କୁମାର ଓ ଜାଫର ଜାଭେଦଙ୍କୁ କଂଗ୍ରେସ ରାଜ୍ୟର ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Comment