ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରଦୀପରେ ଦୁର୍ବୃତ୍ତମାନେ ଗୁଳି କରି ଲୁଟି ନେଲେ ୭ ଲକ୍ଷ ଟଙ୍କା।

ପାରଦୀପରେ ଗୁଳି କରି ୭ ଲକ୍ଷ ଟଙ୍କା ଲୁଟ୍‌ ନେଲେ ଦୁର୍ବୃତ୍ତ। ପାରଦୀପର ଇଫକୋ ଛକରେ ଗୁଳି କରି ୭ ଲକ୍ଷ ଲୁଟ କରିଥିବା ଅଭିଯୋଗ ହୋଇଛି।

ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାପାଇଁ ଏକ ଘରୋଇ କମ୍ପାନି ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ଗୁଳି କରି ଟଙ୍କା ଲୁଟି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଗାଡ଼ିରେ ୩ ଜଣ ଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି।

ଅନ୍ୟପଟେ, ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

Comment