ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ପାକିସ୍ତାନ ପାଳି। ଶନିବାରଠାରୁ ହକି ବିଶ୍ୱକପ୍‌ର ସଫଳ ଦେଶ ପାକିସ୍ତାନ ଅଭିଯାନ ଆରମ୍ଭ କରିବ। ପୁଲ ‘ଡି’ର ଦ୍ୱତୀୟ ମ୍ୟାଚ୍‌ରେ ୪ଥର ବିଜେତା ପାକିସ୍ତାନ ଭେଟିବ ଜର୍ମାନୀକୁ।

ସଂଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ ଏବଂ ସଂଧ୍ୟା ୫ଟା ବେଳେ ପୁଲ୍‌ ‘ଡି’ରେ ନେଦରଲ୍ୟାଣ୍ଡ ଭେଟିବ ମାଲେସିଆକୁ। ୩ ଥର ବିଜେତା ନେଦରଲ୍ୟାଣ୍ଡ ଏବେ ଏଫଆଇଏଚ୍ ମାନ୍ୟତାରେ ୪ ନମ୍ବର ସ୍ଥାନରେ ଥିବାବେଳେ, ମାଲେସିଆ ରହିଛି ୧୨ ନମ୍ବର ସ୍ଥାନରେ।

ପୁଲ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପାଇଁ କ୍ରସଓଭର ମ୍ୟାଚ ଖେଳିବେ। ଅନ୍ୟପକ୍ଷେ ପ୍ରତି ପୁଲର ଶେଷ ସ୍ଥାନ ପାଇଥିବା ଦଳମାନଙ୍କର ବିଶ୍ୱକପ୍ ଅଭିଯାନ ସେହିଠାରୁ ହିଁ ଶେଷ ହୋଇଯିବ।

Comment