ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।

ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର – ୨୦୧୮। ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି ଓଡ଼ିଆ ସାହିତ୍ୟିକ ଡକ୍ଟର ଦାଶରଥୀ ଦାଶ, ଡକ୍ଟର ଗଗନେନ୍ଦ୍ର ନାଥ ଦାଶ, ଡକ୍ଟର ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାୟକ।

ପ୍ରତିଷ୍ଠିତ ସାହିତ୍ୟିକ ଡକ୍ଟର ଦାଶରଥୀ ଦାଶ ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ଡକ୍ଟର ଗଗନେନ୍ଦ୍ର ନାଥ ଦାଶଙ୍କୁ ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ଦିଆଯିବ।

ସେହିପରି ଡକ୍ଟର ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗଙ୍କୁ କୋଶଲୀ-ସମ୍ବଲପୁରୀ ଭାଷା ସମ୍ମାନ ଦିଆଯିବ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ବୋର୍ଡ ପକ୍ଷରୁ ନିଷ୍ପତି ନିଆଯାଇଛି।

Comment