ଓଡ଼ିଶାଲାଇଭ୍ ବ୍ୟୁରୋ

ପୁସ୍ତକ ‘ଶ୍ରୀମୟୀ ମା’ର ଅନୁବାଦ ପାଇଁ ଓଡ଼ିଆ ଅନୁବାଦିକା ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କୁ ୨୦୧୮ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ଅନୁବାଦ ପୁରସ୍କାର ପ୍ରଦାନ କରାଯାଇଛି।ଏକାଡେମି ପକ୍ଷରୁ ଅଗରତାଲାର ସୁକାନ୍ତ ଏକାଡେମି ସଭାକକ୍ଷରେ ଅନୁଷ୍ଠିତ ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରଦ୍ଧାଞ୍ଜଳିଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ତାମ୍ର ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଛି।

ବିଖ୍ୟାତ ବଙ୍ଗଳା ଔପନ୍ୟାସିକ ନବକୁମାର ବସୁଙ୍କ ଯୁଗ୍ମ ଉପନ୍ୟାସ ‘ଶ୍ରୀମୟୀ ମା’’ର ଅନୁବାଦ ପାଇଁ ଶ୍ରଦ୍ଧାଞ୍ଜଳି ଏହି ପୁସ୍କାର ପାଇଛନ୍ତି।

ଏହି ଅବସରରେ କୁହାଯାଇଛି ଯେ ଅନୁବାଦିକା ଉନବିଂଶ ଶତାବ୍ଦୀର ସମାପ୍ତି ତଥା ବିଂଶ ଶତାବ୍ଦୀ ଆରମ୍ଭ ସମୟର କଲିକତାର ଚିତ୍ର, ଚରିତ୍ର ଓ ସାଂସ୍କୃତିକ ପରିବେଶକୁ ଅନୁବାଦରେ ଜୀବନ୍ତ ଭାବେ ଚିତ୍ରିତ କରିବାରେ ସଫଳ ହୋଇଛନ୍ତି।

Comment