ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ରେ ଭାଙ୍ଗିଗଲା ୨୦ ଲକ୍ଷ ଗଛ। ଏହାକୁ ଭରଣା କରିବା ଲାଗି ପ୍ରାୟ ୨୦ ବର୍ଷ ଲାଗିଯିବ। ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଅନେକ ସମୟ ଲାଗିଯିବ। କ୍ଷୟକ୍ଷତିକୁ ଭରଣା କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର କରିବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ।

ଯେଉଁ ଗଛଗୁଡ଼ିକ କମ କ୍ଷତିଗ୍ରସ୍ତ ହୋଇଛି ତାର ରକ୍ଷଣାବେକ୍ଷଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଅଧା ଉପୁଡ଼ିଥିବା ଗଛକୁ କିପରି ମାଟି ଦେଇ ତାକୁ ପୁନଃଜୀବୀତ କରାଯିବ ସେଦିଗରେ ସରକାର କାମ କରୁଥିବା ମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି।

ବାତ୍ୟା ଫନି ପରେ ଆଜି ଜଙ୍ଗଲ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କେଉଁ କେତେ ଗଛ ନଷ୍ଟ ହୋଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୁକ୍ଷ ରୋପଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment