ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜାଣନ୍ତୁ କେଉଁ ସବୁ ବଲିଉଡ ସେଲିବ୍ରିଟିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହୋଇଥିଲା ହଙ୍ଗାମା।

ରଣବୀର କପୁର-ମାହିରା ଖାନ୍‌

ବଲିଉଡ ଷ୍ଟାର ରଣବୀର କପୁର ନ୍ୟୁୟର୍କରେ ଜଣେ ପାକିସ୍ତାନୀ ନାୟିକାଙ୍କ ସହ ସିଗାରେଟ ଟାଣୁଥିବା ଫଟୋ ଭାଇରାଲ ହେବା ପରେ ହଟଚମଟ ସୃଷ୍ଟି ହୋଇଥିଲା। କୁହାଗଲା କାଟ୍ରିନାଙ୍କ ସହ ବ୍ରେକ୍‌ ଅପ ପରେ ସିଙ୍ଗିଲ ଥିବା ରଣବୀର ଏବେ ବୋଧ ହୁଏ ମାହିରା ଖାନ୍‌ଙ୍କୁ ଡେଟ୍‌ କରୁଛନ୍ତି।

ପାକିସ୍ତାନୀ ମାହିରା ଶାହରୁଖ ଖାନ୍‌ଙ୍କ ବପକ୍ଷରେ ଫିଲ୍ମ ‘ରଇସ୍‌’ରେ ନଜର ଆସିଥିଲେ। ସେ ରଇସ୍‌ ଫିଲ୍ମରେ ଯେତିକି ଚର୍ଚ୍ଚିତ ହୋଇ ନଥିଲେ, ତା’ଠାରୁ ବେଶୀ ରଣବୀରଙ୍କ ସହ ସିଗାରେଟ ଟାଣି ଚର୍ଚ୍ଚିତ ହୋଇଥିଲେ।

ରାଧିକା ଆପ୍‌ଟେ

ବଲିଉଡ ନାୟିକା ରାଧିକା ଆପ୍‌ଟେଙ୍କୁ ସିନେପ୍ରେମୀ ବେଶି ଭଲ ଭାବରେ ଜାଣିନଥିଲେ। କିନ୍ତୁ ତାଙ୍କର ପ୍ରାଇଭେଟ ଫଟୋ ଇଣ୍ଟରନେଟ୍‌ରେ ଲିକ୍‌ ହେବା ପରେ ରାଧିକା ଚର୍ଚ୍ଚାକୁ ଆସିଥିଲେ। ରାଧିକାଙ୍କ ଅଭିନୀତ ଫିଲ୍ମ ‘ବଦଲାପୁର’ ରିଲିଜ୍‌ ହେବା ପୂର୍ବରୁ ତାଙ୍କ ପ୍ରାଇଭେଟ ଫଟୋ ଇଣ୍ଟରନେଟ୍‌ରେ ନିଆଁ ଲଗାଇଥିଲା। କୁହାଗଲା ଯେ ‘ବଦଲାପୁର’ରେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ରାଧିକା ଆପ୍‌ଟେ ଏଭଳି କରିଛନ୍ତି।

ଶାହିଦ କପୁର-କରିନା କପୁର

ଶାହିଦ୍‌ କପୁର ଓ କରିନା କପୁର ଏକଦା ପ୍ରେମୀ ଯୁଗଳ ଭାବେ ବେଶ୍‌ ଜଣାଶୁଣା ଥିଲେ। ଶାହିଦ୍‌ ଓ କରିନାଙ୍କ ଏକ ଭିଡିଓ ଲିକ୍‌ ହେବା ପରେ ଭାଇରାଲ ହୋଇଥିଲା। ସେହି ଭିଡିଓରେ ଶାହିଦ୍‌ ଓ କରିନା ପରସ୍ପରକୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ପୋଲିସ ନିକଟରେ ଏକ ଅଭିଯୋଗ ହୋଇଥିଲା। ଏହାକୁ ସେ ଦୁହେଁ ଅସ୍ୱୀକାର ମଧ୍ୟ କରିଥିଲେ।

ତ୍ରିଶାଙ୍କ ବାଥ୍‌ରୁମ୍‌ ଭିଡ଼ିଓ ଭାଇରାଲ୍

ସାଉଥ୍‌ର ନାମୀ ଷ୍ଟାର ତଥା ବଲିଉଡ ହିରୋଇନ୍‌ ତ୍ରିଶା କ୍ରିଷ୍ଣନଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ସେ ବାଥରୁମ୍‌ରେ ଗାଧୋଇଥିବାର ଦେଖିବାକୁ ମିଳିଥିଲା। ହେଲେ ଅଭିନେତ୍ରୀ ତ୍ରିଶା ଏହାକୁ ଅସ୍ୱୀକାର କରିଥିଲେ।

ରିତିକ ରୋଶନ୍‌-କଙ୍ଗନା ରାନାୱତ

ବଲିଉଡ ସୁପରଷ୍ଟାର ରିତିକ୍‌ ରୋଶନ୍‌ ଓ କଙ୍ଗନା ରାନାୱତଙ୍କ ଭିତରେ ମତାନ୍ତର ଅଛି ବୋଲି ସମସ୍ତଙ୍କୁ ଜଣା। ସେ ଦୁହିଁଙ୍କର ବିବାଦକୁ ନେଇ ବଲିଉଡରେ ହୁଲସ୍ତୁଲ  ହୋଇଥିବା ବେଳେ ଏକ ପ୍ରାଇଭେଟ ପାର୍ଟିରେ ରିତିକ ଓ କଙ୍ଗନାଙ୍କ ହଟ ଫଟୋ ଇଣ୍ଟରନେଟ୍‌ରେ ନିଆଁ ଲଗାଇଥିଲା। ଏହାକୁ ନେଇ କିନ୍ତୁ ଉଭୟ ବିଶେଷ ପ୍ରତିକ୍ରିୟାଶୀଳ ହୋଇନଥିଲେ।

ରାକ୍ଷୀ ସାୱନ୍ତଙ୍କ ଡ୍ରେସ୍‌ରେ ମୋଦିଙ୍କ ଫଟୋ

ବଲିଉଡର ପପୁଲାର୍‌ ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତଙ୍କର ଗୋଟିଏ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏହାକୁ ନେଇ ସେ ଟ୍ରୋଲ ମଧ୍ୟ ହୋଇଥିଲେ।

Comment