ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାର୍ଟ ରୋଗୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି ରୋବୋଟିକ୍ ସର୍ଜରୀ।

ମେଡିକାଲ ସାଇନ୍ସ ଇତିହାସରେ ପ୍ରଥମ ଥର ପାଇଁ ରୋବୋଟିକ୍ ସର୍ଜରୀକୁ ସଫଳ କରାଇଛନ୍ତି ଦେଶ ଓ ବିଦେଶର ଜଣାଶୁଣା ହାର୍ଟ ସର୍ଜନ ଡାକ୍ତର ତେଜସ୍ୱ ପଟେଲ। ଡାକ୍ତର ପ୍ରାୟ ୩୨ କିଲୋମିଟର ଦୂରରେ ଥିବା ବେଳେ ରୋଗୀ ହସ୍ପିଟାଲର ଅପରେସନ ଥିଏଟରରେ ଥିଲେ। ୩୨ କିଲୋମିଟର ଦୂରରେ ଥାଇ ଏହି ହ୍ୟୁମ୍ୟାନ ଟେଲି ରୋବଟିକ ଅପରେସନ ସଫଳ ହୋଇଛି।

ଡାକ୍ତର ତେଜସ୍ୱ ପଟେଲ ସ୍ୱାମୀନାରାୟଣ ମନ୍ଦିର ଅକ୍ଷରଧାମରୁ ଅହମ୍ମଦାବାଦର ଏପେକ୍ସ ହାର୍ଟ ଇନଷ୍ଟୁଚ୍ୟୁଟରେ ରୋଗୀଙ୍କୁ ଟେଲିରୋବଟିକ ପ୍ରଣାଳୀରେ ହାର୍ଟ ସର୍ଜରୀକୁ ସଫଳ କରିଛନ୍ତି। ଯେଉଁ ସମୟରେ ଏଠାରେ ହାର୍ଟ ଅପରେସନ ହେଉଥିଲା ସେଠାରେ ରୋଗୀଙ୍କ ପାଖରେ ଅନ୍ୟ ଡାକ୍ତରମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମ୍ପୂର୍ଣ୍ଣ ସର୍ଜରୀ ଇଂଟରନେଟ ମାଧ୍ୟମରେ ସଫଳ କରାଯାଇଥିଲା।

ଡାକ୍ତର ତେଜସ୍ୱ ପଟେଲଙ୍କ କହିଛନ୍ତି, “ଏହି ପ୍ରଣାଳୀ ମେଡିକାଲ ସାଇନ୍ସରେ ଏକ ବଡ଼ ପରିବର୍ତ୍ତନ ଆଣିବ।”

ସାରା ବିଶ୍ୱରେହାର୍ଟ ରୋଗ କାରଣରୁ ପ୍ରତିବର୍ଷ ୧୮ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ। ଟେଲି ରୋବଟିକ ପ୍ରଣାଳୀ ଆସିବା ପରେ ରୋଗୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।

ଡାକ୍ତର ପଟେଲ କହିଛନ୍ତି, “ଡାକ୍ତରମାନେ ଗ୍ରାମାଞ୍ଚଳକୁ ଯାଇ ରୋଗୀ ସେବା କରିବାକୁ ବିମୁଖ। ଏହି ସର୍ଜରୀ ଗ୍ରାମୀଣ ଭାରତରେ ଚିତ୍ର ବଦଳାଇଦେବ। କେବଳ କ୍ୟଥଲ୍ୟାବ ଓ ଜଣେ ସର୍ଜନଙ୍କ ମାଧ୍ୟମରେ ଏପରି ଅପରେସନ ସଫଳ ହୋଇ ପାରିବ।”

ଏଭଳି ଜ୍ଞାନକୌଶଳ ଭାରତ ସହିତ ବିଶ୍ୱରେ ଲଞ୍ଚ ହୋଇଥିବା କହିଛନ୍ତି ପଦ୍ମଶ୍ରୀ ସମ୍ମାନିତ ଡାକ୍ତର ତେଜସ୍ୱ ପଟେଲ। ହାର୍ଟ ସର୍ଜରୀ ପାଇଁ ମାତ୍ର ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ସମ୍ପୂର୍ଣ୍ଣ ଭାବେ ମାର୍କେଟକୁ ଆସିବା ପରେ ଦର ଆହୁରି କମ୍ ହେବ।

୨୦୧୯ ଶେଷ ସୁଦ୍ଧା ଭାରତର ସମସ୍ତ ସ୍ଥାନରେ ଏହା ଉପଲବ୍ଧ ହେବ ବୋଲି କହିଛି ନିର୍ମାଣକାରୀ କମ୍ପାନି।

Comment