ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ପକ୍ଷରୁ ମୟୂରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖାଯାଇଛି। ସମଗ୍ର ଜିଲ୍ଲାରେ ଯାନବାହନ ଚଳାଚଳ, ସ୍କୁଲ କଲେଜ, ଦୋକାନ ବଜାର, ବ୍ୟାଙ୍କ ପୋଷ୍ଟ ଅଫିସ, କୋର୍ଟ କଚେରୀ ଆଦି ଏହି ଵନ୍ଦ ଡାକରାରେ ପ୍ରଭାବିତ ହୋଇଛି।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ୟୁପିଏସ୍‌ସି କୋଚିଂ ସେଣ୍ଟରରୁ ବାଦ ଦେବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ବହୁ ସରକାରୀ ଡ଼ାକ୍ତରଖାନାରେ ଡାକ୍ତରପଦ ଖାଲି ପଡ଼ିଥିବାରୁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରାଜ୍ୟ ସରକାର ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅବହେଳା କରିଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ଏହି ଵନ୍ଦ ଡାକରା ଦିଆଯାଇଛି।

ବର୍ଷା ପାଗ ସତ୍ତ୍ୱେ ବିଜେପି ଦଳର ନେତା ଓ କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିବା ଦେଖାଯାଇଥିଲା।

ସମଗ୍ର ଜିଲ୍ଲାରେ ଏହି ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାରେ ଚାଲିଛି। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ନଜର ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିବା କୁହାଯାଇଛି। ବାରିପଦାଠାରେ ଜିଲ୍ଲା ବିଜେପି ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ନେତାମାନେ ପିକେଟିଂରେ ଅଶଗ୍ରହଣ କରିଥିଲେ।

Comment