ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଆଇପିଏଲ ନିଲାମୀରେ ଯୁବରାଜ ସିଂହଙ୍କ ହାତ ଖାଲି।

୨୦୧୯ ଆଇପିଏଲ ପାଇଁ ମଙ୍ଗଳବାର ନିଲାମ ପ୍ରକ୍ରିୟା ରାଜସ୍ଥାନର ଜୟପୁରରେ ଆରମ୍ଭ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗର ଏହା ହେଉଛି ୧୨ତମ ସଂସ୍କରଣ। ଚଳିତ ଥର ଏହି ନିଲାମୀ ତାଲିକାରେ ୩୫୦ ଖେଳାଳି ସାମିଲ ହୋଇଛନ୍ତି। ତେବେ ଭାରତୀୟ ଖେଳାଳିଙ୍କ ଭିତରେ ସମସ୍ତଙ୍କ ନଜର ଯୁବରାଜ ସିଂହଙ୍କ ଉପରେ ରହିଥିଲାବେଳେ ତାଙ୍କୁ କୌଣସି ଟିମ କିଣି ନାହିଁ।

ଗତ ଆଇପିଏଲରେ  ଯୁବରାଜ ପଞ୍ଜାବ କିଙ୍ଗ୍ସ ଇଲେଭେନ ଟିମରେ ଖେଳିଥିଲେ। ଗତଥର ପଞ୍ଜାବ କିଙ୍ଗ୍ସ ଇଲେଭେନ ତାଙ୍କୁ ୨ କୋଟି ଟଙ୍କାରେ କିଣିଥିଲେ।

ତେବେ ୨୦୧୯ ସିଜିନ ପାଇଁ ରାଜସ୍ଥାନ ରୟାଲ୍ସ ଜୟଦେବ ଉନାଦକଟଙ୍କୁ ୮.୪୦ କୋଟି ଟଙ୍କାରେ କିଣିଛି। ପଡ଼ିଛନ୍ତି ଭାରତୀୟ ଖେଳାଳି  ଯୁବରାଜ ସଂହ।

ସେହିପରି ନିଲାମ ହୋଇନଥିବା ଖେଳାଳିଙ୍କ ତାଲିକାରେ ମନୋଜ ତିୱାରୀ, ଚେତେଶ୍ୱର ପୂଜାରା, ନମନ ଓଝା, ରାହୁଲ ଶର୍ମା ମଧ୍ୟ ରହିଛନ୍ତି।

ଏହି ନିଲାମୀରେ ୩୫୦ ଖେଳାଳି ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨୨୮ ଭାରତୀୟ ଖେଳାଳି ରହିଛନ୍ତି।

ଚଳିତ ଥର ନିଲାମୀ ପାଇଁ ପ୍ରଥମେ ୧୦୦୩ ଖେଳାଳି ରେଜିଷ୍ଟର କରିଥିଲେ। ସେମାନଙ୍କ ଭିତରୁ ୩୪୬ ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଥିଲା।ପରବର୍ତ୍ତୀ ସମୟରେ ଇଂଲଣ୍ଡର ଇୟାନ ମାର୍ଗନ, ଅଷ୍ଟ୍ରେଲିଆର ରେଲି ମେରଡିଥ, ଭାରତୀୟ ଖେଳାଳି ମୟଙ୍କ ଡାଗର ଓ ପ୍ରଣବ ଗୁପ୍ତାଙ୍କୁ ସାମିଲି କରାଯିବା ପରେ ଖେଳାଳିଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଥିଲା। ଏଥର ଆଇପିଏଲ ସହ ଜଡିତ ୮ଟି ଫ୍ରାଞ୍ଚାଇସ ଖେଳାଳିଙ୍କ ନିଲାମରେ ଭାଗ ନେଇଛନ୍ତି।

Comment