ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁନିଫର୍ମ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ସରକାର ଖୁବଶୀଘ୍ର ନୂଆ ନିୟମ ଲାଗୁ କରୁଛନ୍ତି।

ଏଣିକି ଦେଶରେ ଡ୍ରାଇଭିଙ୍ଗ ଲାଇସେନ୍ସ ଗୋଟିଏ ପ୍ରକାର ହେବ। ୟୁନିଫର୍ମ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ସରକାର ଖୁବଶୀଘ୍ର ନୂଆ ନିୟମ ଲାଗୁ କରିପାରନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟରେ ଜାରି ହେବାକୁ ଥିବା ଡିଏଲ୍ ଗୋଟିଏ ପ୍ରକାର ହେବ।  ଏହି କାର୍ଡର ରଙ୍ଗ, ଡିଜାଇନ ଏବଂ ସିକ୍ୟୁରିଟି ଫିଚର୍ସ ସମାନ ରହିବ। ଏହି ସ୍ମାର୍ଟ ଡିଏଲ ଏବଂ ଆରସିରେ ମାଇକ୍ରୋଚିପ୍ ଏବଂ କ୍ୟୁଆର କୋର୍ଡ ରହିବ।

ଜନୈକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ରଙ୍ଗର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ସବୁଠି ସମାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ ମାଲିକଙ୍କ ପାଖରେ ଡିଏଲ ରହିଛି ସେମାନଙ୍କୁ ମଧ୍ୟ ବଦଳାଇବାର ବିକଳ୍ପ ଦିଆଯିବ। ଯାହାଫଳରେ ଲାଇସେନ୍ସ ରିପ୍ଲେସ କରିବାରେ ସ୍ୱଚ୍ଛତା ଆସିବ।

ନୂଆ  ଲାଇସେନ୍ସର ଫର୍ମାଟ ମଧ୍ୟ ସମାନ ରହିବ। ୟୁନିଫର୍ମ ଡ୍ରାଇଭିଙ୍ଗ ଲାଇସେନ୍ସ ଚିପ୍‌ରେ ପ୍ରିଣ୍ଟ ହୋଇଥିବା ସମସ୍ତ ତଥ୍ୟ ସେଭ୍ ହୋଇ ରହିବ।  ଏଥିରେ ଡ୍ରାଇଭରଙ୍କ ଦ୍ୱାରା ପରିବହନ ନିୟମର ଉଲ୍ଲଂଘନ ଏବଂ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ତଥ୍ୟ ରହିବ। ଯଦ୍ୱାରା ପୁରୁଣା ରେକର୍ଡ ସମ୍ବନ୍ଧରେ ଜାଣିହେବ। ଖାଲି ସେତିକି ନୁହେଁ ଏଥିରେ ଟ୍ୟାକ୍ସ, ବୀମା ତଥ୍ୟ ବି ଉପଲବ୍ଧ ହେବ।

Comment