ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

“ଅଧଘଣ୍ଟା ପୂର୍ବରୁ ନବୀନଙ୍କ ସହ ବସିଲେ,ଅଧଘଣ୍ଟା ପରେ ନବୀନଙ୍କ ଉପରେ ବର୍ଷିଲେ”

  • ପାଇକଙ୍କ ବୀରତ୍ୱ କଥା ସ୍ମରଣ କଲେ ମୋଦି
  • ଜୟ ଜଗନ୍ନାଥରୁ ଆରମ୍ଭ କଲେ ଭାଷଣ
  • ରାଜ୍ୟ ବିଜେପି ନେତା ଖଣ୍ଡା ଦେଇ କଲେ ମୋଦିଙ୍କ ସ୍ୱାଗତ
  • “ବୁନ୍ଦାଏ ବୁନ୍ଦାଏ ପାଣି ପାଇଁ ହଇରାଣ ହେଉଛନ୍ତି ଓଡ଼ିଶା ଚାଷୀ”- ମୋଦି
  • “ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ନହୋଇ ଓଡ଼ିଶା ହରାଇଛି ସୁଯୋଗ”
  • ଗାଁ ଗାଁରେ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଲେ ପୋଷ୍ଟର ବୟ

ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୧୪ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ବରୁଣେଇ ପାହାଡ଼ ପାଦଦେଶରେ ଥିବା ଗୋଶାଳା, ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ୩୫ମିନିଟ୍ ଭାଷଣ ଦେଇଥିଲେ। ବରୁଣେଇ ପାହାଡ଼ ତଳୁ ସମସ୍ତଙ୍କୁ ପ୍ରଣାମ କରିଥିଲେ ମୋଦି। ୩୫ମିନିଟ୍ ଭାଷଣରେ ପ୍ରଧାନମନ୍ତ୍ରୀ ଦଳର ସଫଳତାକୁ ବଖାଣିବା ସହ ଓଡିଶା ସରକାରଙ୍କୁ ପରୋକ୍ଷରେ ସମାଲୋଚନା ବି କରିଥିଲେ। 

ଦେଶରେ ସ୍ୱଚ୍ଛତା ହାର ୯୭ ପ୍ରତିଶତ ଥିବାବେଳେ ଓଡ଼ିଶା କାହିଁକି ପଛରେ ପଡ଼ିଛି। । ପଛୁଆ ରାଜ୍ୟଠୁ ବି ସ୍ୱଚ୍ଛତାରେ ଓଡ଼ିଶା ପଛରେ ପଡ଼ିଛି। ଓଡ଼ିଶାବାସୀ ଦାଦନ ଖଟିବାକୁ କଣ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି? ଓଡ଼ିଶାର ଶିଶୁମାନେ କୁପୋଷଣର ଶିକାର କାହିଁକି ହେଉଛନ୍ତି? କାହିଁକି ଶିକ୍ଷକଙ୍କୁ ଦରମା ମିଳୁନାହିଁ ଓ ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି?  ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାହିଁକି ଲାଗୁ ହେଉନାହିଁ?

ଖୁବକମ୍‌ ଦିନ ମଧ୍ୟରେ ୬ଲକ୍ଷ ଗରିବ ଲୋକ ଏହି ଯୋଜନାର ଫାଇଦା ନେଇଛନ୍ତି। କିନ୍ତୁ ଏଥିରେ ଓଡ଼ିଶାର ଜଣେ ବି ଲୋକ ନାହାନ୍ତି। ଭ୍ରଷ୍ଟାଚାର ଦାନବ ଓଡ଼ିଶାରେ ଶକ୍ତିଶାଳୀ ହୋଇ ପଡିଛି। କିଏ ଏହି ଦାନବକୁ ଦାନା ପାଣି ଦେଉଛି? ଏମିତି ଅନେକ ପ୍ରଶ୍ନ କରି ପ୍ରଧାନମନ୍ତ୍ରୀ ଆୟୋଜିତ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କିଏ ଯାହା ପାଇଁ ରାଜ୍ୟରେ ଭ୍ରଷ୍ଟାଚାର  ବଳବାନ ହୋଇଛି , ଯିଏ ଏସବୁ କରୁଥିବ ତା ପାଇଁ ଆଗକୁ ରାସ୍ତା ସଫା ହୋଇଯିବ ବୋଲି ଏହା କହି ବିଜେଡ଼ି ସରକାରକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ମୋଦି।

ମୋଦି କହିଛନ୍ତି ,”କେନ୍ଦ୍ର ସରକାର ଓଡ଼ିଶାର ସମସ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି। ନୂଆ ନୂଆ ଶିକ୍ଷାନୁଷ୍ଠାନ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠା ହେଉଛି। ଏବଂ ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର  ସ୍ଥାପନ ହୋଇଛି। ଯାହା ଫଳରେ ଅନେକ ଯୁବକ ଯୁବତୀ ଏଥରେ ଉପକୃତ ହେବେ। “

“ବିଜେଡି ସରକାରର ନିର୍ବାଚନୀ ଇସ୍ତାହାରରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବା କଥା କହିଥିଲେ ମଧ୍ୟ ମାତ୍ର ୨୨ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରିଛି। ୧୧୩ଟି ବ୍ଲକରେ ୭୦ପ୍ରତିଶତ ଜମିକୁ ଜଳସେଚନ ମିଳିପାରିନି। କାହିଁକି ଜଳସେଚନରେ ଓଡ଼ିଶା ପଛୁଆ ବୋଲି ସେ ପ୍ରଶ୍ନ କରିଥିଲେ।“

“କଂଗ୍ରେସ ସରକାର ସ୍ୱାମୀନାଥନ ରିପୋର୍ଟକୁ ଚାପି ରଖିଥିଲେ। ଏନଡିଏ ସରକାର କ୍ଷମତାକୁ ଆସିବାପରେ ଏହି ରିପୋର୍ଟକୁ ସ୍ୱୀକାର କରିଛନ୍ତି। କିନ୍ତୁ ଓଡ଼ିଶାରେ ଚାଷୀଙ୍କୁ ଫସଲର ଉପଯୁକ୍ତ ଦାମ୍‌ ମିଳୁନି। ବ୍ୟବସ୍ଥାର ଅଭାବ, ଚାଷୀଙ୍କ ପ୍ରତି ସମ୍ବେଦନଶୀଳତାର ଅଭାବ ଓ ସ୍ଥାନୀୟ ସରକାରଙ୍କ ବିଫଳତା ଯୋଗୁ ଫାଇଦା ଅନ୍ୟମାନେ ପାଉଛନ୍ତି।“ କାହା ପାଖରେ ଏହି ଫାଇଦା ପହଞ୍ଚୁଛି ବୋଲି ମୋଦି ପ୍ରଶ୍ନ କରିଥିଲେ।

“ଆୟୁଷ୍ମାନ ଭାରତ ଯୋଜନାରେ ୬ଲକ୍ଷ ଲୋକ ଉପକୃତ ହୋଇଥିବା ବେଳେ କାହିଁକି ଓଡ଼ିଶା ଏଥିରେ ସାମିଲ ହୋଇପାରିନାହିଁ। ପଛୁଆ ବର୍ଗର ଲୋକେ ବାହାରକୁ ଗଲେ ଠିକସେ ସ୍ୱାସ୍ଥ୍ୟସେବା ପାଇ ପାରୁନାହାନ୍ତି। ପିସି ଓ ଚିଟଫଣ୍ଡକୁ ଦାନବ ସହ ତୁଳନା କରିବା ସହ ଏହା ପଛରେ କାହାର ହାତ ରହିଛି ବୋଲି ମୋଦି ପ୍ରଶ୍ନ କରିଛନ୍ତି। “

ଓଡ଼ିଶାର ବିକାଶ ଆମର ଲକ୍ଷ। ଆଜିର ଲୋକଙ୍କ ସମାଗମ ଓଡ଼ିଶାରେ ପରିବର୍ତ୍ତନ ଆବଶ୍ୟକ କରୁଥିବା ମୋଦି କହିଛନ୍ତି।  ମୋଦି ତାଙ୍କ ଓଡ଼ିଶାଗସ୍ତ ସମୟରେ କଂଗ୍ରେସକୁ ସମାଲୋଚନା କରିବାକୁ ବି ପଛାଇନଥିଲେ। ୨୦୧୯ ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ମୋଦିଙ୍କ ଓଡ଼ିଶା ଗସ୍ତ ନିଶ୍ଚିତ ଭାବେ ଦଳୀୟ କର୍ମକର୍ତ୍ତାଙ୍କ ଉତ୍ସାହକୁ ବଢ଼ାଇବ।

Comment