ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି) ପରୀକ୍ଷା ପାଇଁ ବିଜ୍ଞପ୍ତି। ଏନେଇ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସିବିଏସ୍‌ଇ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଶିକ୍ଷକ ପଦବୀରେ ନିଯୁକ୍ତି ଦିଆଯିବ। ଆବେଦନ କରିବାର ଶେଷ ତାରିଖ ଫେବ୍ରୁଆରି ୨୪ ତାରିଖ ଧାର୍ଯ୍ୟ କରାଯାଇଛି।

ପଦବୀ

  • ଶିକ୍ଷକ (ପ୍ରଥମରୁ ପଞ୍ଚମ ଶ୍ରେଣୀ)
  • ଶିକ୍ଷକ (ଷଷ୍ଠରୁ ଅଷ୍ଟମ)

ପରୀକ୍ଷା ଫିସ୍‌

  • ଜେନେରାଲ ଓ ଓବିସି – ୧୦୦୦ ଟଙ୍କା(ଗୋଟିଏ ପେପର), ୧୨୦୦ ଟଙ୍କା(ଦୁଇଟା ପେପର)
  • ଏସ୍‌ସି ଓ ଏସ୍‌ଟି – ୫୦୦ ଟଙ୍କା(ଗୋଟିଏ ପେପର), ୬୦୦ ଟଙ୍କା(ଦୁଇଟା ପେପର)

କେମିତି କରିବେ ଆବେଦନ?

  • ଆବେଦନ କରିବା ପାଇଁ ପ୍ରାର୍ଥୀ ପ୍ରଥମେ ଓ୍ଵେବସାଇଟ୍‌ www.ctet.nic.in କୁ ଯାଇ ଆବେଦନ କରିପାରିବେ।
  • ପରେ ଅନଲାଇନ୍‌ ଆବେଦନ ବଟନ୍‌କୁ କ୍ଲିକ କରିବେ।
  • ଆବେଦନ ପାଇଁ ଫର୍ମକୁ ଭଲ ଭାବେ ପୂରଣ କରନ୍ତୁ। ପୂରଣ ପରେ ନିଜ ରେଜିଷ୍ଟ୍ରେସନ ନମ୍ଵର ଓ ଆପ୍ଲିକେସନ ଆଇଡିକୁ କପି କରି ରଖିବେ।
  • ପରେ ନିଜ ଫଟୋ ଓ ଦସ୍ତଖତକୁ ଅପଲୋର୍ଡ କରନ୍ତୁ।
  • ଶେଷରେ ପରୀକ୍ଷା ଫିସ୍‌କୁ ଅଲଲାଇନରେ ଦାଖଲ କରନ୍ତୁ।

ଏହି ପରୀକ୍ଷା ବିଷୟରେ ସବିଶେଷ ତଥ୍ୟ ପାଇଁ କ୍ଲିକ କରନ୍ତୁ।

Comment