ଓଡ଼ିଶାଲାଇଭ୍ ବ୍ୟୁରୋ

bihar election

 

ବିହାର ନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରିନି। କିନ୍ତୁ କାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହା ସ୍ଥିର ହୋଇସାରିଛି। ଏଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ପରିସରକୁ ଆସିଥିବା ଚେହେରାମାନଙ୍କ ମଧ୍ୟରେ ବୟସର ତାରତମ୍ୟ ଅନେକ। ବିଜେପି-ଜେଡିୟୁର ମୁଖ୍ୟମନ୍ତ୍ରୀ ଚେହେରା ନୀତିଶ କୁମାରଙ୍କୁ ୬୯ ବର୍ଷ ହୋଇସାରିଛି। ତେବେ ତାଙ୍କର ଘୋର ବିରୋଧୀ ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କୁ ମାତ୍ର ୩୦ ବର୍ଷ। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ହେବାର ଅଭିଜ୍ଞତା ମଧ୍ୟ ରହିଛି।

Chiag Paswan_Bihar Election

ସେମିତି ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନଙ୍କୁ ମାତ୍ର ୩୭ ବର୍ଷ। ଏଲଜେପି ମଧ୍ୟ ଏକୁଟିଆ ନିର୍ବାଚନ ଲଢ଼ିବ ବୋଲି ସ୍ଥିର କରିସାରିଛି। ସେହିପରି ଆଉ ଜଣେ ମୁଖ୍ୟମନ୍ତ୍ରୀ ଚେହେରା ହେଉଛନ୍ତି ପୁଷ୍ପମ ପ୍ରିୟା ଚୌଧୁରୀ। ବୟସ ମାତ୍ର ୨୮। ପୁଷ୍ପମ ପ୍ରିୟା ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସର ଛାତ୍ରୀ। ସେ ନୂଆ କରି ରାଜନୀତିରେ ପାଦ ଦେଇଛନ୍ତି।

PUSPAM PRIYA CHOUDHARI_Bihar Election.

ହେଲେ ଏହା ପୂର୍ବରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ପ୍ଲୁରାଲ୍ ନାମରେ ଏକ ରାଜନୈତିକ ଦଳ ଗଠନ କରିଛନ୍ତି। ସେ ତାଙ୍କ ଦଳର ପ୍ରାର୍ଥୀ ଭାବେ ଅନେକ ଇଞ୍ଜିନିୟର, ଡାକ୍ତର, ସମାଜସେବୀ, ଶିକ୍ଷକ, ଅଧ୍ୟାପକ ଓ ଚାଷୀମାନଙ୍କୁ ବାଛିଛନ୍ତି।

Mukesh Sahani_Bihar Election

ଖାଲି ମୁଖ୍ୟମନ୍ତ୍ରୀ ଚେହେରା ନୁହେଁ ବିଭିନ୍ନ ଦଳ ଅନେକ ଯୁବପ୍ରାର୍ଥୀଙ୍କୁ ବିଧାୟକ ଟିକଟ ଦେଇଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଯୁବ ଚେହେରାଙ୍କ ସହ ବୟୋଜ୍ୟେଷ୍ଠ ପ୍ରାର୍ଥୀମାନଙ୍କର ଲଢ଼େଇ ହେବାକୁ ଯାଉଛି। ବଲିଉଡ ସେଟ୍ ଡିଜାଇନର ମୁକେଶ ସାହାନୀ ଏବେ ଏନଡିଏର ପ୍ରାର୍ଥୀ। ତାଙ୍କର ବୟସ ମାତ୍ର ୩୫। ସେହିପରି ବିଜେପି ପ୍ରାର୍ଥୀ ସୁଟର ଶ୍ରେୟସୀ ସିଂହଙ୍କୁ ମାତ୍ର ୨୯ ବର୍ଷ। ତେଜସ୍ୱୀ ଯାଦବଙ୍କ ବଡ଼ ଭାଇ ତେଜପ୍ରତାପଙ୍କୁ ମାତ୍ର ୩୨ ବର୍ଷ ବୟସ। ସେପଟେ ନୀତୀଶଙ୍କୁ ୬୯, ଜୀତନରାମ ମାଞ୍ଝୀଙ୍କୁ ୭୬ ଓ ବିଜେପିର ସୁଶୀଲ ମୋଦିଙ୍କୁ ୬୮ ବର୍ଷ। ପ୍ରାର୍ଥୀମାନଙ୍କ ବୟସକୁ ନେଇ ଯୁବ ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ୁଥିବା ଚର୍ଚ୍ଚା ହେଉଛି। ବିହାରରେ ମୋଟ ୭.୧୮ କୋଟି ଭୋଟରଙ୍କ ମଧ୍ୟରୁ ୩.୩୬ କୋଟି ଭୋଟର ୧୮ରୁ ୩୯ ବର୍ଷ ବର୍ଗର। ଆଉ ଅନେକ ଯୁବ ଭୋଟର ଯେଉଁମାନେ ରାଜ୍ୟ ବାହାରେ କାମ କରୁଥିଲେ ସେମାନେ ନିଜ ଘରକୁ ଫେରିଆସିଛନ୍ତି।

TEJ PRATAP_Bihar Election

ଯେହେତୁ ନିକଟ ଭବିଷ୍ୟତରେ ସେମାନେ ସେମାନଙ୍କ କର୍ମସଂସ୍ଥାନକୁ ଫେରିବା କଷ୍ଟକର, ତେଣୁ ସ୍ୱାଭାବିକ ଭାବେ ନିଜ ମାଟିରେ ରୋଜଗାର ଆଶା କରିବେ। ସେମାନଙ୍କୁ ରୋଜଗାର ଯୋଗାଇବା ଚଳିତ ନିର୍ବାଚନର ମୁଖ୍ୟ ଏଜେଣ୍ଡା ରହିବ। ଯୁବ ଭୋଟରମାନେ ପ୍ରାୟ ଅଧା ଥିବାରୁ ସେମାନଙ୍କ ଉପରେ ହିଁ ବିଭିନ୍ନ ଦଳର ନଜର ରହିଛି। ଅଧା ଭୋଟର ଯୁବ ଆଉ ଅଧା ଭୋଟର ବୟସ୍କ। ବୃଦ୍ଧ ଭୋଟରଙ୍କ ମଧ୍ୟରୁ ଅଧିକାଂଶଙ୍କର ବିଭିନ୍ନ ରୋଗ ଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁଲିଂ ବୁଥକୁ ଯିବା ହୁଏତ ସମ୍ଭବ ହୋଇ ନ ପାରେ। ତେଣୁ ଯୁବ ଭୋଟର ହିଁ ସ୍ଥିର କରିବେ ଏଥର ବିହାର କାହାର ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୟାମ୍ପେନିଂ। ସୋସିଆଲ ମିଡିଆ, ଭର୍ଚୁଆଲ ରାଲି, ଟେକ୍ନୋଲୋଜି ବ୍ୟବହାର କରି ପ୍ରଚାର କରିବେ ଦଳ। ଅଧିକ ବୟସ୍କ ଭୋଟର ଏସବୁ କ୍ଷେତ୍ରରେ ଦୁର୍ବଳ ହୋଇଥିବାରୁ ରାଜନୈତିକ ଦଳଗୁଡ଼ିକର ନଜରରେ ଯୁବ ଭୋଟର ହିଁ ରହିବେ।

Comment