ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ୯ ମୃତ
  • ୧ ନିଖୋଜ
  • ଡଙ୍ଗାରେ ଥିଲେ ପାଖାପାଖି ୫୦ ଯାତ୍ରୀ

କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେବେ ପାଣି ଭିତରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ଡଙ୍ଗାରେ ପାଖାପାଖି ୫୦ ରୁ ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି।

ମୃତକମାନେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ବୋଲି ଜଣାପଡ଼ିଛି।

ଜଗସିଂହପୁର ଜିଲାର କୁଜଙ୍ଗ ଥାନା ଅନ୍ତର୍ଗତ ହଂସିଣା ଗାଁର କିଛି ଲୋକ ବଙ୍ଗୋପସାଗର ମଧ୍ୟରେ ଥିବା ହୁକିଟୋଲା ବୁଲିବାକୁ ଯାଇଥିଲେ। ଫେରିବା ବେଳେ ଏହି ଅଘଟଣ ଘଟିଛି।

ବୁଧବାର ସକାଳୁ ଜଗତସିଂହପୁର ଜିଲ୍ଲା ମହାନଦୀର ଭୁତମୁଣ୍ଡାଇ ପୋଲ ନିକଟରୁ ଏକା ଟାପା ଡଙ୍ଗାରେ କୁଜଙ୍ଗ ଥାନା ହଂସିଣା ଗାଁର ଲୋକେ ବଙ୍ଗୋପସାଗର ମଧ୍ୟରେ ରହିଥିବା ହୁକିଟୋଲା ବୁଲିବାକୁ ଆସିଥିଲେ। ହୁକିଟୋଲାରେ ପିକନିକ ସାରି ପର୍ଯ୍ୟଟକମାନେ ଘରକୁ ଫେରୁଥିଲେ। ହୁକିଟୋଲାରୁ ଡଙ୍ଗାଟି ବତୀଘର ନଦୀ ଦେଇ ମହାନଦୀରେ ପହଞ୍ଚିବାର ଥିଲା।

ବତୀଘର ପଞ୍ଚାୟତର ନିପାଣିଆଠାରେ ଡଙ୍ଗାରେ ଥିବା ଜଣେ ବୃଦ୍ଧା ସୌଚ ହେବାକୁ ଚାହିଁବାରୁ ଡଙ୍ଗା ଚାଳକ ଡଙ୍ଗା ଅଟକାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସାମନା ପଟୁ ଆଉ ଏକ ମାଛଧରା ବୋଟ୍ ଆସୁଥିଲା। ମାଛଧରା ବୋଟ୍ ଯାତ୍ରୀବାହୀ ଡଙ୍ଗାରେ ପିଟି ହେବାର ଆଶଙ୍କା କରି ଯାତ୍ରୀମାନେ ହଠାତ ଚିତ୍କାର କରି ଡଙ୍ଗାର ଗୋଟିଏ ପାଖକୁ ଚାଲି ଯାଇଥିଲେ। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ସେଠାରେ ବୁଡ଼ି ଯାଇଥିଲା।

ଡଙ୍ଗା ବୁଡ଼ିବା ବେଳକୁ ପ୍ରାୟ ଅନ୍ଧାର ହୋଇ ଯାଇଥିଲା। ଖବରପାଇ ନିପାଣିଆ ଗାଁ ଲୋକେ ନଦୀରେ ବୁଡ଼ି ଯାଉଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡିଥିଲେ। ଡଙ୍ଗା ବୁଡ଼ିବା ବେଳକୁ ପ୍ରାୟ ଅନ୍ଧାର ହୋଇ ଯାଇଥିଲା। ଖବରପାଇ ନିପାଣିଆ ଗାଁ ଲୋକେ ନଦୀରେ ବୁଡ଼ି ଯାଉଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡିଥିଲେ। ଗାଁ ଲୋକେ ପାଣି ଭିତରୁ ୩୫ ଜଣଙ୍କୁ ଉଦ୍ଧାର କରିଥିଲେ।

ଏହି ଡଙ୍ଗାରେ ୧୦ରୁ ଅଧିକ ଯାତ୍ରୀ ଯାଇପାରିବେ ନାହିଁ। ତେବେ ସେହି ମାଛଧରା ଡଙ୍ଗା କିପରି ୫୦ରୁ ଅଧିକ ଯାତ୍ରୀମାନଙ୍କୁ ନେଇଥିଲା ତାହା ତଦନ୍ତସାପେକ୍ଷ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।

Comment