ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲ ୨୦୧୯କୁ ବିଦେଶରେ କରିବା ପାଇଁ ଯୋଜନା କରୁଛି ବିସିସିଆଇ।

ଚଳିତ ବର୍ଷ ଆଇପିଏଲ  ବିଦେଶରେ ହେବାର ସମ୍ଭାବନା ଅଧିକ ରହିଛି। କାରଣ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ୧୨ତମ ଟୁର୍ଣ୍ଣାମେଣ୍ଟ ଦେଶ ବାହାରେ ହେବାର ସମ୍ଭାବନା ଅଧିକ। ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଅଧିକାଂଶ ପୁଲିସ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାରୁ ସରକାର ଆଇପିଏଲକୁ ସୁରକ୍ଷା ଦେବାକୁ ଅକ୍ଷମତା ପ୍ରକଟ କରିଛନ୍ତି। ଏହି କାରଣରୁ ଆଇପିଏଲ ୨୦୧୯କୁ ବିଦେଶରେ କରିବାକୁ ବିସିସିଆଇ ଯୋଜନା କରୁଛି।

ନିକଟରେ ଏ ସଂପର୍କରେ ବିସିସିଆଇ ଅଧିକାରୀମାନେ କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଆଲୋଚନାରୁ ହିଁ ଏଥର ଆଇପିଏଲ ବାହାରେ ହେବା ନେଇ ଚର୍ଚ୍ଚା ଚାଲିଛି।

୨୦୦୮ରୁ ଆରମ୍ଭ ହୋଇ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଆଇପିଏଲ ପୂର୍ବରୁ ଦୁଇଥର ଦେଶ ବାହାରେ ହୋଇଛି। ୨୦୦୯ ଓ ୨୦୧୪ରେ ସାଧାରଣ ନିର୍ବାଚନ ଯୋଗୁଁ ଆଇପିଏଲକୁ ବିଦେଶରେ ଆୟୋଜନ କରିବାକୁ ପଡିଥିଲା। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଓ ୨୦୧୪ରେ ଆଂଶିକଭାବେ ଦୁବାଇରେ ଆୟୋଜନ କରାଯାଇଥିଲା। ତେବେ ଏବର୍ଷ ଆଇପିଏଲ ସଂପୂର୍ଣ୍ଣଭାବେ ଅଥବା ଆଂଶିକଭାବେ ବିଦେଶରେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comment