ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟର ଭଗବାନ କୁହାଯାଉଥିବା ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ଅନ୍ତିମ ସଂସ୍କାର ପରେ ଯେମିତି ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।  ରମାକାନ୍ତ ଆଚରେକରଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନର ସହିତ କରାଯାଇନାହିଁ, ଯାହାକୁ ନେଇ ଶିବସେନା ଅସନ୍ତୋଷ ପ୍ରକାଶ କରିଛି।

ଅସନ୍ତୋଷ ପ୍ରକାଶ କରି ଦଳର ସାଂସଦ ସଂଜୟ ରାୱତ କହିଛନ୍ତି ସଚିନ ତେନ୍ଦୁଲକର ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିବା ଦରକାର ଏବଂ କୌଣସି କାର୍ଯ୍ୟକ୍ରମରେ ସାମିଲ ନହେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ରାୱତ ଆହୁରି କହିଛନ୍ତି ଯେ ସରକାର ତେନ୍ଦୁଲକରଙ୍କ କୋଚଙ୍କ ପ୍ରତି ଉଚିତ ସମ୍ମାନ ଜଣାଇନାହାନ୍ତି।

ସେ ଆହୁରି କହିଛନ୍ତି,”ପଦ୍ମଶ୍ରୀ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିବା ରମାକାନ୍ତ ଆଚରେକରଙ୍କ ଅନ୍ତିମ ସଂସ୍କାର ମହାରାଷ୍ଟ୍ର ସରକାର ରାଜକୀୟ ସମ୍ମାନର ସହ କାହିଁକି କରିନାହାନ୍ତି। ମହାରାଷ୍ଟ୍ର ସରକାର ଆଚରେକରଙ୍କ ପ୍ରତି ଅସମ୍ମାନ ଦେଖାଇଛନ୍ତି। ତେଣୁ ସଚିନ କୌଣସି ସରକାରୀ କାର୍ଯ୍ୟକ୍ରମରେ ସାମିଲ ନହେବା ଉଚିତ। ”

ସଚିନ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ପରଲୋକ ମୁମ୍ବାଇରେ ହୋଇଥିଲା। ୮୭ ବର୍ଷ ବୟସରେ ରମାକାନ୍ତଙ୍କ ପରଲୋକ ହୋଇଥିଲା। ମୁମ୍ବାଇର ଶିବାଜୀ ପାର୍କ ନିକଟରେ କମଥ ମେମୋରିଆଲ୍ କ୍ରିକେଟ କ୍ଲବ ପ୍ରତିଷ୍ଠା କରି ଆଚରେକର ଯୁବ କ୍ରିକେଟରଙ୍କୁ କୋଚ ପ୍ରଦାନ କରୁଥିଲେ। ରମାକାନ୍ତ ଆଚରେକରଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଭାରତୀୟ କ୍ରିକେଟ ଜଗତକୁ ବହୁ ସଂଖ୍ୟାରେ ପ୍ରତିଭା ସଂପନ୍ନ କ୍ରିକେଟର ମିଳିଛି।

Comment