ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଦିନକୁ ରୋକି ଦିଆଯାଇଛି। ଖରାପ ଆଲୋକ ଯୋଗୁଁ ଏହି ମ୍ୟାଚକୁ ବାତିଲ କରାଯାଇଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଖେଳର ପ୍ରଥମ ପାରିରେ ଭାରତ ୬୨୨ ରନ୍‌ ଅକ୍ତିଆର କରିଥିଲା। ଜବାବରେ କଙ୍ଗାରୁ ଦଳ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୨୩୬ ରନ୍‌ ସଂଗ୍ରହ କରିଛି। କ୍ରିକେଟ ପଡ଼ିଆରେ ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳର ପେଟ୍‌ କମିଂସ୍‌(୨୫) ଓ ପିଟର ହ୍ୟାଣ୍ଡ୍ସକାମ୍ବ(୨୮) ରନ୍‌ ସଂଗ୍ରହ କରି ନଟ୍‌ ଆଉଟ ଅଛନ୍ତି। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍କ ହ୍ୟାରିସ ପ୍ରଥମେ ଦଳକୁ ଓପନିଂ କରି ସର୍ବାଧିକ ୭୯ରନ୍‌ ଅଧିକାର କରିଥିଲେ।

ଅନ୍ୟ ପକ୍ଷରେ ଭାରତୀୟ ଦଳର ବୋଲିଂ ଦେଖିବାକୁ ଗଲେ, ସ୍ପିନର କୁଳଦୀପ ଯାଦବ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ପୁଣିଥରେ ସବୁଠାରୁ ଅଧିକ ୱିକେଟ ନେବାରେ ସକ୍ଷମ ହୋଇଛନ୍ତି କୁଳଦୀପ ଯାଦବ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କୁଳଦୀପ ୩ ୱିକେଟ ସଂଗ୍ରହ କରି ମ୍ୟାଚକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ସେହିପରି ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସାମୀଙ୍କୁ ଯଥାକ୍ରମେ ୨ ଓ ଗୋଟିଏ ୱିକେଟ ମିଳିଛି।

୪ଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଟିମ୍‌ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଶନିବାର ଅନ୍ତିମ ଦିନର ଖେଳକୁ ଲକ୍ଷ କଲେ, କଙ୍ଗାରୁ ଦଳକୁ ପରାଜୟ କରି ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିବା ନେଇ ଆଶା କରାଯାଉଛି।

Comment