ଓଡ଼ିଶାଲାଇଭ୍ ବ୍ୟୁରୋ

କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ପ୍ରସ୍ତୁତି ବେଳେ ଘଟିଛି ଦୁର୍ଘଟଣା। ସୋମବାର ଦିଗମ୍ବର ଆଖଡ଼ାର ୩ଟି ମଣ୍ଡପରେ ଅଗ୍ନିକାଣ୍ଡ ଘଟିଛି।

ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଗ୍ୟାସ ସଲିଣ୍ଡର ବିସ୍ପୋରଣ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ତେବେ ଅଗ୍ନିଶମ କର୍ମଚାରୀ ନିଆଁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଫଳରେ ଉପସ୍ଥିତ କୌଣସି ବ୍ୟକ୍ତିଙ୍କର କ୍ଷତି ହୋଇନାହିଁ।

ଦୁର୍ଘଟଣା ପରେ ମେଳା ପ୍ରଶାସକ ଆଗକୁ ଦୁର୍ଘଟଣା ଆଡ଼େଇବାକୁ ସତର୍କ ରହିଛନ୍ତି। ଆଗକୁ କୌଣସି ଏପରି ଦୁର୍ଘଟଣା ଯେପରି ନହେବ ସେଥିପାଇଁ ମେଳା ପ୍ରଶାସକ ସତର୍କ ବୋଲି କହିଛନ୍ତି ମେଳା ପ୍ରଶାସନର ସୂଚନା ଅଧିକାରୀ।

ମଙ୍ଗଳବାରଠୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଯାଉଛି କୁମ୍ଭମେଳା। ପାଖାପାଖି ୨ ମାସ ଚାଲିବ ଏହି ମେଳା। ଏଥିରେ ପ୍ରାୟ ୧୨ କୋଟି ଶ୍ରଦ୍ଧାଳୁଙ୍କ ସମାବେଶ ହେବ। ଶ୍ରଦ୍ଧାଳୁମାନେ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବେ।

Comment