ଓଡ଼ିଶାଲାଇଭ୍ ବ୍ୟୁରୋ

ଏ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରୀ ୨୧ରେ ପଡ଼ିବ।

ଜାନୁଆରୀ ୨୧ରେ ଏ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ପଡୁଛି। ଭାରତୀୟ ସମୟ ଅନୁସାରେ ଜାନୁଆରୀ ୨୦ ତାରିଖ ସକାଳ ୧୦ଟାରୁ ଗ୍ରହଣ ଆରମ୍ଭ ହେବ।

ଏହାର ପ୍ରଭାବ ସବୁ ରାଶି ଉପରେ ପଡ଼ିବ ବୋଲି ଜ୍ୟୋତିଷମାନେ କହୁଛନ୍ତି। ମାନ୍ୟତା ରହିଛି ଗ୍ରହଣ ଲାଗିଥିବା ସମୟରେ ଦାନ କଲେ ସମସ୍ତ କଷ୍ଟ ଦୂର ହୁଏ।

ତେବେ ଜାଣନ୍ତୁ ଗ୍ରହଣ ଲାଗିବା ସମୟରେ କେଉଁ ଜନିଷ କରିବେ ଦାନ?

ଦୀର୍ଘ ଦିନରୁ ଜମି ସମ୍ବନ୍ଧୀୟ ବିବାଦରେ ଫସି ରହିଥିଲେ ଗ୍ରହଣ ଲାଗିବା ପରେ ପ୍ରଥମେ ସ୍ନାନ କରି ରାଶି ଲଡୁ ଦାନ କରନ୍ତୁ। ଗ୍ରହଣ ପରେ ରାଶି ଲଡୁ ଦାନ କଲେ ଏହି ସମସ୍ୟା ଦୂର ହୋଇଥାଏବୋଲି ବିଶ୍ଵାସ କରାଯାଏ।

ଦୀର୍ଘ ଦିନରୁ ଆର୍ଥିକ ସମସ୍ୟାରେ ରହିଥିଲେ ଗ୍ରହଣ ପରେ ଲୋକମାନଙ୍କୁ ରସଗୋଲା ଦାନ କରନ୍ତୁ।

ପରିବାରରେ ସବୁବେଳେ କେହି ରୋଗଗ୍ରସ୍ତ ହେଉଥିଲେ ବା ଦୀର୍ଘ ଦିନରୁ କେହି ରୋଗରେ ପୀଡ଼ିତ ଥିଲେ ଗ୍ରହଣ ପରେ ଏକ ଗିନାରେ ଘଅ ରଖି ସେଥିରେ ରୂପାର କିଛି ଗୋଟେ ଜିନଷ ପକାଇ ସେଥିରେ ନିଜର ଛାଇ ଦେଖି ଦାନ କଲେ ଏପରି ସମସ୍ୟା ଦୂର ହୋଇଥାଏ।

Comment