ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରା କାର୍ଯ୍ୟକ୍ରମରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।

ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରାକୁ ନା କରିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି କୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିଛନ୍ତି। ବିଜେପି ରଥଯାତ୍ରାରେ ରାଜ୍ୟରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।

ଡିସେମ୍ବର ମାସରେ ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ବିଜେପି କୋଲାକାତା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ହାଇକୋର୍ଟ ମୁଖ୍ୟ ବିଚାରପତି ଦେବାଶିଷ କାରଗୁପ୍ତା ଜଷ୍ଟିସ ଏସ୍‌ ସରକାରଙ୍କ ଖଣ୍ଡପୀଠ ରାଜ୍ୟରେ ବିଜେପିର ରଥଯାତ୍ରା ଆୟୋଜନକୁ ଅନୁମତି ଦେଇନଥିଲେ।

ଏହି ନିଷ୍ପତ୍ତିର ବିରୋଧ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ତେବେ ଖ୍ରୀଷ୍ଟମାସ ପାଇଁ ଏକ ସପ୍ତାହ ସୁପ୍ରିମକୋର୍ଟ ବନ୍ଦ ରହୁଥିବାରୁ ଏହାର ଶୁଣାଣି କେବେ ହେବ ଏହା ସ୍ପଷ୍ଟ ହୋଇନଥିଲା।

ବିଜେପି ଡିସେମ୍ବର ମାସରେ ରାଜ୍ୟର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ଆୟୋଜନ କରିଥିଲା। ପ୍ରଥମ ରଥଯାତ୍ରା ଡିସେମ୍ବର ୭, ଦ୍ୱିତୀୟ ୯ରେ ଓ ତୃତୀୟ ୧୪ରେ ହେବାର ଯୋଜନା ରହିଥିଲା।

ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ବିଜେପିର ରଥଯାତ୍ରା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ମଉଳି ଯାଇଛି।

Comment