ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଭୋଟର ତାଲିକାରେ ୩କୋଟି ୧୮ ଲକ୍ଷ ୭୮୭ଜଣ ଭୋଟର। ୫ଲକ୍ଷ ୩୯ହଜାର ୪୫୪ଜଣ ଭୋଟର ବୃଦ୍ଧି  ହୋଇଛି। ଭୋଟରଙ୍କ ସହାୟତା ଲାଗି ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ନୂଆ ଭୋଟର ତାଲିକା ନେଇ ସୂଚନା ଦେଇଛନ୍ତି। ଭୋଟର ତାଲିକାରେ ୩କୋଟି ୧୮ଲକ୍ଷ ୭୮୭ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ୧୧ ଲକ୍ଷ ୯୮ ହଜାର ୮୧୯ ଜଣ ନୂଆ ଭୋଟର ତାଲିକାରେ ଅଛନ୍ତି। ଏହା ସହିତ ବିଭିନ୍ନ କାରଣରୁ ୬ ଲକ୍ଷ ୫୦ ହଜାର ୩୬୫ ଜଣ ଭୋଟର ଲିଷ୍ଟରୁ ବାଦ ପଡ଼ିଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ଏଥର ୫ଲକ୍ଷ ୩୯ହଜାର ୪୫୪ ଜଣ ଭୋଟର ବୃଦ୍ଧି  ହୋଇଛି। ୫ ଲକ୍ଷ ୪୫ ହଜାର ୪୦୧ ଜଣ ଯୁବ ଭୋଟର ଅଛନ୍ତି।

ଭୋଟରଙ୍କ ସହାୟତା ଲାଗି ହେଲପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ହେଲ୍ପ ଲାଇନ ନମ୍ବର ୧୯୫୦। ଆସନ୍ତା ୨୫ରୁ ଭୋଟର କଲ ସେଣ୍ଟର ଖୋଲାଯିବ। ସକାଳ ୧୦ଟାରୁ ୫ଟା ଯାଏଁ ଏହି ନମ୍ବରରେ କଲ କରିପାରିବେ ଭୋଟର।

LEAVE A REPLY

Please enter your comment!
Please enter your name here